ଦାମ ଇଫେକ୍ଟ , ଆଇଏଏସ ମାନଙ୍କ ମଧ୍ୟରେ ଫାଟ, ପାଣ୍ଡିଆନଙ୍କ ବିରୋଧରେ ମେଳି, ନବୀନ ସରକାର ପାଇଁ ବଢୁଛି ଅଡୁଆ ! ତାତିଲେ ଓଡିଆ ଅଫିସର
Khabar Odisha:Dama-and-BJD-Conflict
ଭୁବନେଶ୍ୱର, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା):

 ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତଙ୍କ ବିଜେଡିରେ ବୋମା ମାଡ ପରି ଦୁର୍ନୀତି ଖିୁଲାସା କରିବା ପରେ ଦାମ ଇଫେକ୍ଟ ଏବେ ପଡିଛି ରାଜ୍ୟରେ କାର୍ଯ୍ୟରତ ଆଇଏଏସ ମାନଙ୍କ ଉପରେ  । ଏପରି ଚର୍ଚ୍ଚା ଏବେ ପାୱାର କରିଡରରେ ଜୋର ଧରିଛି  । ଏପରିକି ବେଶ କିଛିଦିନ ଧରି ଅଣଓଡିଆ ଅଫିସରଙ୍କ ଚାପରେ ଏକପ୍ରକାର ଅଣନିଶ୍ୱାସୀ ହୋଇପଡିଥିବା ଓଡିଆ ଆଇଏଏସ ଅଫିସର ମାନେ ଏବେ ତେଜିୟାନ୍ ହୋଇପଡିଛନ୍ତି  । 

ଓଡିଆ ସ୍ୱାଭିମାନ ବଂଚାଇ ରଖିବା ପାଇଁ ସେମାନେ ଜଣେ ବରିଷ୍ଠ ଓଡିଆ ଆଇଏଏସ ଅଫିସରଙ୍କ ଘରେ ମେଳି ହୋଇଥିଲେ  । ଏପରିକି ସରକାରରେ ଅଖଣ୍ଡ କ୍ଷମତାର ଅଧିକାରୀ ରହିଥିବା ପାଣ୍ଡିଆନଙ୍କ ବିରୋଧରେ ସେମାନେ ମେଳି ଆରମ୍ଭ କରିଦେଇଛନ୍ତି  । ଏପରି ଖବର ଏବେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି  । ଗୋଟିଏ ପଟେ ଦାମଙ୍କ ଗୁଗୁଲିରେ ଘାଇଲା ହୋଇପଡିଥିବା ବିଜେଡି ଦଳ ଦାମଙ୍କୁ ବହିଷ୍କାର କରି ଶାନ୍ତିରେ ନିଶ୍ୱାସ ମାରିବାକୁ ଚେଷ୍ଟା କରୁଥିବା ବେଳେ ଆଇଏଏସ ମାନଙ୍କ ମଧ୍ୟରେ ହୋଇଥିବା ଦୁଇଫାଳ ଏବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟିକଲା ବୋଲି ରାଜନୈତିକ ସମୀକ୍ଷକ ମାନଙ୍କ ମହଲରେ ଆଲୋଚନା ହୋଇଛି।

ରାଜ୍ୟ ରାଜନୀତିରେ ବିଶେଷ କରି ୨୦୧୨ ମସିହା ପରଠାରୁ ସରକାରରେ କିଛି ଅଣଓଡିଆ ଅଫିସରଙ୍କର ଅଖଣ୍ଡ କ୍ଷମତା ରହିଥିବା ନେଇ ଚର୍ଚ୍ଚା ହେଉଛି  । ଏପରିକି ଦକ୍ଷ ଓଡିଆ ଅଫିସର ମାନେ ରହିଥିଲେ ମଧ୍ୟ ତାଙ୍କର କ୍ଷମତାକୁ ସଙ୍କୁଚିତ କରାଯାଉଛି  । ଏପରିକି ଅଧିକାଂଶ ସମୟରେ ଓଡିଆ ଅଫିସର ମାନେ ମୁଖ୍ୟଶାସନ ସଚିବ ପଦବୀରେ ରହିଲେ ମଧ୍ୟ ନିଷ୍ପତ୍ତି ଅଣଓଡିଆ ଅଫିସର ମାନେ ନେଇଥିବାର ଚର୍ଚ୍ଚା ହେଉଛି  । ତେବେ ୨୦୧୪ ପରଠାରୁ ଏହି ମାତ୍ରା ଅଧିକ ହୋଇପଡିଥିବା ଏବେ ଅଫିସର ମାନଙ୍କ ମହଲରେ ଆଲୋଚନା ହେଉଛି  ।

ରାଜ୍ୟ ଶାସନ ବିଭାଗରେ ଦେଖିଲେ ଅଧିକାଂଶ ଅଣଓଡିଆ ଅଫିସରଙ୍କ ହାତରେ ଗୁରୁତ୍ୱପୂର୍ଣ ବିଭାଗ ରହିଥିବା ବେଳେ ଓଡିଆ ଅଫିସରଙ୍କ ହାତରେ ଅତି ଗୌଣ ବିଭାଗ ଦାୟିତ୍ୱ ରହିଛି  । ଜଣେ ଜଣେ ଅଣଓଡିଆ ଅଫିସରଙ୍କୁ ଏକାଧିକ ଦାୟିତ୍ୱ ମିଳିଥିବା ବେଳେ ଦକ୍ଷ ଓଡିଆ ଅଫିସର ଯେଉଁମାନେ ବିଗତ ଦିନରେ ଭଲ କାମ କରିଛନ୍ତି ସେମାନଙ୍କ ହାତରେ ଏକପ୍ରକାର କାମ ନଦେଇ ତାଙ୍କୁ ସ୍ଥାଣୁ କରି ଦିଆାଇଥିବା ଚର୍ଚ୍ଚା ହେଉଛି  । ବେଶ କିଛିଦିନ ଧରି ଏହି ଅଫିସର ମାନେ ଚୁପ ହୋଇ ବସିଥିଲେ  । ତେବେ ସରକାରଙ୍କ ଦୁର୍ନୀତିର ଗୁମର ଗୁଡିକୁ ବରିଷ୍ଠ ନେତା ଶ୍ରୀ ରାଉତ ଖୋଲିବା ପରେ ଏହାର ଇଫେକ୍ଟ ଏବେ ଓଡିଆ ଅଫିସରଙ୍କ ଉପରେ ପଡିଛି  । ସେଥିପାଇଁ ଗତକାଲି କିଛି ଓଡିଆ ଆଇଏଏସ ଅଫିସର ଏନେଇ ମେଳି କରିଛନ୍ତି  । ଏହି ମେଳି ପାଣ୍ଡିଆନ୍ ଙ୍କ ବିରୋଧରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି  । ଗୋଟିଏ ପଟେ ବିଜେଡିରେ ବିଦ୍ରୋହ ଓ ଅନ୍ୟପଟେ ଅମଲା ମାନଙ୍କ ମଧ୍ୟରେ ଫାଟ ଏବେ ନବୀନ ସରକାରଙ୍କୁ ଅଡୁଆରେ ପକାଇବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି  ।

  • Tags:

Subscribe

National International State Sports Entertainment