ଉପସଭାପତି ନିର୍ବାଚନ, ହରିବଂଶଙ୍କ ସମ୍ମାନରେ ଆୟୋଜିତ ଭେଙ୍କେୟାଙ୍କ ଭୋଜିରେ ଆଜି ସାମିଲ ହେବନି କଂଗ୍ରେସ
Khabar Odisha:Congress-bye-cut-feast-organised-by-vice-president
ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡ଼ିଶା) :

 ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଗୃହର ନବ ନିର୍ବାଚିତ ଉପସଭାପତି ହରିବଂଶଙ୍କ ସମ୍ମାନରେ ଶୁକ୍ରବାର ସକାଳେ ଏକ ଭୋଜିର ଆୟୋଜନ କରୁଛନ୍ତି । ଏହି ଭୋଜିରେ ବିଭିନ୍ନ ଦଳକୁ ନିମନ୍ତ୍ରିତ କରାଯାଇଛି, କିନ୍ତୁ ବିରୋଧୀ କଂଗ୍ରେସ ଦଳ ଏହି ଭୋଜିରେ ଯୋଗ ଦେବନାହିଁ ବୋଲି ନିଷ୍ପତ୍ତି ନେଇଛି । ଉପସଭାପତି ନିର୍ବାଚନରେ ହାରି ଯାଇଥିବାରୁ କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଛି । ଉପସଭାପତି ନିର୍ବାଚନ ପୂର୍ବରୁ ବିରୋଧୀ ଏକତାକୁ ନେଇ ବଡ଼ ବଡ଼ ଭାଷଣ ଦେଉଥିବା ରାହୁଲ ଏବେ ନୀରବ ହୋଇଯାଇଛନ୍ତି । ରାହୁଲଙ୍କ ଯୋଗୁ ଦଳର ପ୍ରାର୍ଥି ଉପସଭାପତି ପଦରୁ ହାରିଥିବା ନେଇ ଦଳ ଭିତରେ ଆଲୋଚନା ହେଲାଣି । ଏହା ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସକୁ ଏକ ଶକ୍ତ ଧକ୍କା ଦେଇଛି ।

ଗଣତନ୍ତ୍ରରେ କେବେ ବିଜୟ ତ କେବେ ପରାଜୟ ବୋଲି ଗତକାଲି କହିଥିବା ସୋନିଆ ଏବେ ପରାଜୟର ଗ୍ଲାନିରୁ ବାହାରି ପାରୁନାହାନ୍ତି । କଂଗ୍ରେସର କହିବା ସତ୍ୱେ ବି ବିରୋଧୀ ଦଳ ନିଜର ପ୍ରାର୍ଥି ନଦେବାରୁ ଶେଷ ସମୟରେ କଂଗ୍ରେସ ପ୍ରାର୍ଥି ଦେଇ ହଟହଟା ହେଲା ବୋଲି ଚର୍ଚ୍ଚା ହେଉଛି । ବିଜୁ ଜନତା ଦଳ ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତି ହରିବଂଶକୁ ସମର୍ଥନ କରି ବିରୋଧୀ ଏକତା କେବଳ ଏକ ଭ୍ରମ ବୋଲି ପ୍ରମାଣିତ କରିଦେଲେ । ଶେଷରେ ଆମ ଆଦମୀ ପାର୍ଟି ମଧ୍ୟ ମତଦାନରୁ ବିରତ ରହିଲା । ମେହବୁବା ମୁଫତିଙ୍କ ପିଡ଼ିପି ସଂସଦ ବାହାରେ ରହିଲେ । 

  • Tags:

Subscribe

National International State Sports Entertainment