ବିରଳ ପ୍ରତିଭା ସୁନାବେଢ଼ାର ସୁନାପୁଅ ସାଇ ଅନୀଶ..
Khabar Odisha:sunabedha-sunapua-sai-anish
ଭୁବନେଶ୍ୱର, ଫେବୃଆରୀ ୨୫(ଖବର ଓଡ଼ିଶା): ସଫଳତାକୁ ବୟସରେ ମପା ଯାଇପାରେ ନାହିଁ। ଛୋଟ ଶିଶୁଟିଏ ବି ସେ ନିଜର ପ୍ରତିଭା ବଳରେ ଦିନେ ଜନ୍ମିତ ମାବାପାଙ୍କ ସହ ଦେଶ ଏବଂ ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିପାରେ। ଏପରି ଏକ ଉଦାହରଣ ସାଜିଛନ୍ତି ସୁନାବେଢ଼ାର ସୁନାପୁଅ ସାଇ ଅନୀଶ ପଟ୍ଟନାୟକ। ତାଙ୍କର ବୟସ ମାତ୍ର ୩ ବର୍ଷ ୩ ମାସ। ମାତ୍ର ସେ ତାଙ୍କ ପ୍ରତିଭା ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
 
ହିନ୍ଦୁସ୍ତାନ ଏରୋନେଟିକ ବିଭାଗରେ ଇଂଜିନିୟର ଥିବା ପିତା ସରୋଜ କୁମାର ପଟ୍ଟନାୟକ ଓ ମାତା ଇଂଜିନିୟର ସ୍ୱରୂପା ପଟ୍ଟନାୟକଙ୍କ କୋଳମଣ୍ଡନ କରିଛନ୍ତି ପୁତ୍ର ଅନୀଶ। ୧୪.୦୭.୨୦୧୩ ମସିହାରେ ସୁନେବେଢ଼ାରେ ଅନୀଶଙ୍କ ଜନ୍ମ। ଛୋଟ ବୟସରୁ ବି ସେ ବିରଳ ପ୍ରତିଭାର ଅଧିକାରୀ। ନିଜ ପିତାଙ୍କର ଗାଡ଼ି କିଣିବା ଅବସରରେ ତାଙ୍କ ପାଖରେ ଦେଖିବାକୁ ମିଳିଥିଲା କାର ପ୍ରତି ଏକ ଅଦ୍ଭୁତ ଆକର୍ଷଣ। ଏହା ପରେ ଏହି କାର୍‌ ହିଁ ତାଙ୍କ ପାଇଁ ରେକର୍ଡ଼ ସୃଷ୍ଟିକରିବାରେ ଅଭିନବ ଭୁମିକା ଗ୍ରହଣ କରିଥିଲା। ବର୍ତ୍ତମାନ ଅନିଶ ମାତ୍ର ୧ ମିନିଟ୍‌ ୪୦ ସେକେଣ୍ଡରେ ବିନା କୌଣସି ଦ୍ୱିଧାରେ ୬୧ ପ୍ରକାର କାର୍‌କୁ ଚିହ୍ନଟ କରିପାରୁଛନ୍ତି । ଏହା ସହ ସେ ଏହାର ନାମ ମଧ୍ୟ ଉଚ୍ଚାରଣ କରିପାରୁଛନ୍ତି। ଯେଉଁଥିପାଇଁ ଅନିଷଙ୍କୁ ମିଳିଛି ଜାତୀୟ ସ୍ତରରେ ଅନେକ ଯୋଗ୍ୟତା।
 
ଇତିମଧ୍ୟରେ ଅନୀଶଙ୍କୁ ମିଳିଛି ତିନୋଟି ଜାତୀୟ ସ୍ତରର ରେକର୍ଡ଼। ନିଜର ପ୍ରତିଭା ଯୋଗୁଁ ଝାରଖଣ୍ଡରେ ଇଣ୍ଡିଆନ୍‌ ଓ୍ୱାଲ୍ଡ ରେକର୍ଡ଼ସଏବଂ ଉତ୍ତରପ୍ରଦେଶରେ ଇନ୍‌କ୍ରେଡ଼ିବୁଲ ବୁକ୍‌ ଅଫ୍‌ ରେକର୍ଡ଼ସଏବଂ ଓ୍ୱାଲ୍ଡ ରେକର୍ଡ଼ସ୍‌ ଇଣ୍ଡିଆଆଦିରେ ଅନୀଶ ନିଜକୁ ସାମିଲ କରିଛନ୍ତି। ଏହା ଛଡ଼ା ଗିନିଶ ବୁକ ଅଫ୍‌ ଓ୍ୱାଲ୍ଡ ରେକର୍ଡ଼ ପାଇଁ ମଧ୍ୟ ପରିବାର ତରଫରୁ ଆବେଦନ କରାଯାଇଛି ।
 
ତେବେ ସୁନାବେଢ଼ାର ଗର୍ବ ଏବଂ ଓଡ଼ିଶାର ବିସ୍ମୟ ବାଳକ ଭାବେ ଅନୀଶଙ୍କୁ ୨୦୧୬ ମସିହାରେ ଦେଶର ପ୍ରଥମ ପ୍ଲେ ସ୍କୁଲ ଶୃଙ୍ଖଳ ଭାବେ ପରିଚିତ ସେମରକ୍‌ ଏବଂ ସେମଫୋର୍ଡ଼  ଗ୍ରୁପ ଅଫ ସ୍କୁଲତରଫରୁ ବ୍ରାଣ୍ଡ ଆମ୍ୱାସେଡ଼ର ନିଯୁକ୍ତ କରାଯାଇଛି। ଏହାକୁ ନେଇ ସ୍କୁଲର ଉପାଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅମୋଲ ଅରୋରା ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ ମଧ୍ୟ କରି ସାଇଙ୍କୁ ଏହି ପଦରେ ବିଭୁଷିତ କରିଛନ୍ତି। ଏହା ତାଙ୍କ ପାଇଁ ଏକ ଗୌରବର ବିଷୟ ବୋଲି ସେ ସମ୍ୱୋଧିତ କରିଥିଲେ।
 
ଛୋଟ ହେଲେ ବି କାମ ତାମହାନଏବଂ ତୁଳସୀ ଦୁଇ ପତ୍ରରୁ ବାସେଏପରି ଉକ୍ତିକୁ ପ୍ରମାଣିତ କରିଛନ୍ତି ସାଇ ଅନୀଶ। ଦିନକୁ ଦିନ ତାଙ୍କ ପ୍ରତିଭାର ଅଗ୍ରଗତି ସାଙ୍ଗକୁ ତାଙ୍କ ଚଲାପଥ କୁସୁମିତ ହେବା ଆଶା କରୁଛି ଖବର ଓଡ଼ିଶା ପରିବାର। ଦିନକୁ ଦିନ ସେ ବହୁ ସଫଳତା ପାଇବା ସହ ବିଶ୍ୱସ୍ତରରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଦିଅନ୍ତୁ ଏହାହିଁ ଆମର କାମନା।
  • Tags:

Subscribe

National International State Sports Entertainment