ସୁନାବେଢ଼ାର ବିସ୍ମୟ ବାଳକ ସାଇ ଅନିଶଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ରେକର୍ଡ଼
Khabar Odisha:sai-anishs-1st-international-record
ଭୁବନେଶ୍ୱର, ମାର୍ଚ୍ଚ୨୧(ଖବର ଓଡ଼ିଶା): ବୟସରେ ସାନ, ହେଲେ ନିଜ ପ୍ରତିଭା ବଳରେ ଛୋଟ ବୟସରୁ ଅନେକ ପୁରସ୍କାର ତଥା ସମ୍ମାନକୁ ନିଜ ନାମରେ କରି ଚାଲିଛନ୍ତି ସୁନାବେଢ଼ାର ସାଇ ଅନିଶ। ବିନା ଦ୍ୱିଧାରେ ସେ ଚିହ୍ନିପାରନ୍ତି ୬୦ ରୁ ଅଧିକ କାର୍‌କୁ। ନିକଟରେ ଖବର ଓଡ଼ିଶାରେ ମଧ୍ୟ ଆମେ ସ୍ଥାନୀତ କରିଥିଲୁ ଏହି ବିରଳ ପ୍ରତିଭାଙ୍କର କୃତିତ୍ତ୍ୱକୁ। ତେବେ ଦିନକୁ ଦିନ ଏହି ପ୍ରତିଭା ଜଣଙ୍କର ସଫଳତାର ପୃଷ୍ଠାରେ ନୁଆ ନୁଆ ଅଧ୍ୟାୟ ଯୋଡ଼ି ହେବାରେ ଲାଗିଛି। ସାଇ ଅନିଶ ନିକଟରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ରେକର୍ଡ଼ ହାସଲ କରି ଆଉ ଏକ ପାହାଚ ଚଢ଼ିଛନ୍ତି। ସେ ହାସଲ କରିଛନ୍ତି ଏଭରେଷ୍ଟ ଓ୍ୱାଲ୍ଡ଼ ରେକର୍ଡ଼ଏବଂ ନେପାଳ ତରଫରୁ କ୍ରିଏଟିଭ ରେକର୍ଡ଼
 
ସାଇ ଅନିଶଙ୍କୁ ଏବେ ମାତ୍ର ୩ ବର୍ଷ ୪ ମାସ। ଅନିଶଙ୍କ ପିତା ହିନ୍ଦୁସ୍ତାନ ଏରୋନେଟିକ ବିଭାଗରେ ଇଂଜିନିୟର ଥିବା ସରୋଜ କୁମାର ପଟ୍ଟନାୟକଙ୍କ ଗାଡ଼ି କିଣାଯିବା ସମୟରେ ଅନିଶଙ୍କ ପାଖରେ ଏକ ବିରଳ ପ୍ରତିଭା ରହିଥିବାର ଝଲକ ମିଳିଥିଲା। ଏବେ ଅନିଶ ମାତ୍ର ୧ ମିନିଟ୍‌ ୪୦ ସେକେଣ୍ଡରେ ବିନା କୌଣସି ଦ୍ୱିଧାରେ ୬୧ ପ୍ରକାର କାର୍‌କୁ ଚିହ୍ନଟ କରିପାରୁଛନ୍ତି। ଏହା ସହ ସେ କାରର ନାମକୁ ମଧ୍ୟ ଉଚ୍ଚାରଣ କରିପାରୁଛନ୍ତି। ସେଥିପାଇଁ ଅନିଷଙ୍କୁ ଜାତୀୟ ସ୍ତରରେ ଅନେକ ସଫଳତା ମିଳିଛି।
 
ନିଜ ପ୍ରତିଭା ପାଇଁ ସୁନାବେଢ଼ାର ନାମକୁ ଉଚ୍ଚା କରିଛନ୍ତି ଅନିଶ। ଜାତୀୟ ସ୍ତରରେ ଝାରଖଣ୍ଡରେ ଇଣ୍ଡିଆନ୍‌ ଓ୍ୱାଲ୍ଡ ରେକର୍ଡ଼ସଏବଂ ଉତ୍ତରପ୍ରଦେଶରେ ଇନ୍‌କ୍ରେଡ଼ିବୁଲ ବୁକ୍‌ ଅଫ୍‌ ରେକର୍ଡ଼ସଏବଂ ଓ୍ୱାଲ୍ଡ ରେକର୍ଡ଼ସ୍‌ ଇଣ୍ଡିଆଆଦି ଅନୀଶ ନିଜ ନାମରେ କରିସାରିଛନ୍ତି। ତାଙ୍କ ନାମକୁ ଗିନିଶ ବୁକ ଅଫ୍‌ ଓ୍ୱାଲ୍ଡ ରେକର୍ଡ଼ରେ ସ୍ଥାନ ଦେବାପାଇଁ ପରିବାରପକ୍ଷରୁ ଆବେଦନ ମଧ୍ୟ କରାଯାଇଛି।
 
୧୪.୦୭.୨୦୧୩ ମସିହାରେ ମାତା ଇଂଜିନିୟର ସ୍ୱରୂପା ପଟ୍ଟନାୟକଙ୍କ କୋଳରେ ଜନ୍ମଲାଭ କରିଥିବା ଅନିଶ ଦିନକୁ ଦିନ ଅନେକ ସଫଳତା ହାସଲ କରିବାରେ ଲାଗିଛନ୍ତି। ଏତେ କମ୍‌ ବୟସରେ ତିକ୍ଷ୍ଣ ସ୍ମରଣ ଶକ୍ତିର ପରିଚୟ ଦେଉଥିବା ଅନିଶ ଅନେକ ସଫଳତା ହାସଲ କରନ୍ତୁ ଏହାହି ଆଶା କରୁଛୁ।
 
  • Tags:

Subscribe

National International State Sports Entertainment