କେବେ ବହି କିଣିବାକୁ ପାଖରେ ପଇସା ନଥିଲା ମାତ୍ର ଆଜି ତାଙ୍କ ଘରର ମୂଲ୍ୟ ୨୦୦୦ କୋଟି
Khabar Odisha:bollywood-shah-rukh-khan-borrowed-comics-in-childhood
ଧର୍ଯ୍ୟ ଧରି ପ୍ରତିଟି ପରିସ୍ଥିତିକୁ ସାମ୍ନା କରି, ପରିଶ୍ରମ ବଳରେ ଆଗକୁ ବଢ଼ି ଚାଲିଲେ ଖରାପ ପରିସ୍ଥିତି ଦିନେ ବଦଳି ଯିବ । ଏପରି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯେ ନିଜ ଉପରେ ବିଶ୍ୱାସ ରଖି  କର୍ମ ବଳରେ ଅସହାୟତା ଜୀବନକୁ ବଦଳାଇ ବିଶ୍ୱର ଧନୀମାନଙ୍କ ମଧ୍ୟରେ ନିଜକୁ ସାମିଲ୍‌ କରିପାରିଛନ୍ତି ।
 
ସେ ହେଲେ କିଙ୍ଗ୍‌ ଖାନ୍‌ । ବଲିଉଡ୍‌ର ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ପାଖରେ ଆଜି ଅଚଳାଚଳ ସମ୍ପତ୍ତି । ପୁରା ଦୁନିଆ ତାଙ୍କ ପଛରେ । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଯଶ, ଖ୍ୟାତି, ଧନ ଓ ନାଁ କମାଇଥିବା କିଙ୍ଗ୍‌ ଖାନ୍‌ଙ୍କ ପାଖରେ ଏକ କମିକ୍ସ ବହି କିଣିବା ପାଇଁ ଟଙ୍କା ନଥିଲା । ସେ ଅନ୍ୟଠୁ ଧାର୍‌ ଆଣି ବହି କିଣୁଥିଲେ । ଶାହାରୁଖ୍‌ ନିକଟରେ ଏକ କାର୍ୟ୍ୟକ୍ରମରେ ନିଜ ଅତୀତର ଅଭାବି ସମୟର କିଛି କାହାଣୀ କହିଥିଲେ ।
 
କିଙ୍ଗ୍‌ ଖାନ୍‌ଙ୍କୁ ପିଲାବେଳୁ ହିଁ କାର୍ଟୁନ୍‌ ଦେଖିବାର ବହୁତ ସଉକ ଥିଲା । ଏତିକି ନୁହେଁ ସେ କମିକ୍ସ ବହି ଚରିତ୍ରମାନଙ୍କର ମଧ୍ୟ ଜଣେ ବଡ ପ୍ରଶଂସକ ଥିଲେ । କିନ୍ତୁ ସେ ସମୟରେ ତାଙ୍କ ପାଖରେ ଏତେ ପଇସା ନଥିଲା କି ସେ ବହି ସବୁ କିଣି ପଢ଼ି ପାରିବେ । ସେ ନିଜ ଇଛାକୁ ପୁରା କରିବାକୁ ଯାଇ ନିଜ ସମ୍ପର୍କୀୟ ଓ  ସାଙ୍ଗମାନଙ୍କ ଠାରୁ ଧାର ଆଣୁଥିଲେ । 
 
ଶାହାରୁଖ୍‌ କହିଲେ ଯେତେବେଳେ ମୁଁ ଛୋଟ ଥିଲି ସବୁବେଳେ ବଡ ହେବାର ସ୍ୱପ୍ନ ଦେଖୁଥିଲି । ମାତ୍ର ଆଜି ମୁଁ ସଫଳ ହେବା ପରେ ମୋ ପିଲାଦିନକୁ ବହୁତ ମନେ ପକଉଛି । ତାଙ୍କ କହିବା ଅନୁଯାୟୀ ପିଲାଦିନ ସମୟଟା ଜୀବନର ସବୁଠାରୁ ସୁନ୍ଦର ସମୟ । 
 
କେବେ ବମ୍ବେର ରାସ୍ତା କଡରେ ରାତି କାଟିଥିଲେ ଶାହାରୁଖ୍‌ । ଆଜି ଶାହାରୁଖ୍‌ଙ୍କ ଘର ସେହି ସହରର ମହଙ୍ଗା ଘର ଭିତରେ ତୃତୀୟ ନମ୍ବର । ଶାହାରୁଖ୍‌ ସ୍ୱପ୍ନ ଦେଖିଥିଲେ ତାଙ୍କ ଘର ସମୁଦ୍ର ପାଖରେ କରିବାକୁ । ସେ ତାଙ୍କ ସ୍ୱପ୍ନକୁ ସତ କରିଛନ୍ତି । ତାଙ୍କ ଘର ମନ୍ନତ୍‌ ସମୁଦ୍ର ପାଖରେ, ମନ୍ନତ ଭାରତର ସବୁ ମହଙ୍ଗା ଘର ଭିତରେ ତୃତୀୟ ନମ୍ବର ସ୍ଥାନ ଅକ୍ତିଆର କରିଛି । ଆଜି ଶାହାରୁଖ୍‌ଙ୍କ ଘରର ଦାମ ପାଖାପାଖି ୨୦୦୦ କୋଟି ଟଙ୍କା । 
 
  • Tags:

Subscribe

National International State Sports Entertainment