ସଂଗ୍ରହକାରୀଙ୍କ ଘର ପାଲଟିଛି ସଂଗ୍ରହାଳୟ
Khabar Odisha:Meet-the-Bolgarh-man-who-transforms-his-house-into-a-museum
ଭୁବନେଶ୍ୱର, ମେ୧୪ (ଖବର ଓଡ଼ିଶା): ରାଜ୍ୟର ବିଭିନ୍ନ ସହରରେ ଅନେକ ସଂଗ୍ରହାଳୟ ଗଢି ଉଠିଛି । ସରକାରୀ ଭାବେ ନୁହଁ ବ୍ୟକ୍ତିଗତ ଭାବେ ଗଢି ଉଠିଛି ଅନେକ ସଂଗ୍ରହାଳୟ । ଅନେକ ସଂଗ୍ରହକାରୀଙ୍କ ଘର ପାଲଟିଛି  ସଂଗ୍ରହାଳୟ । ପ୍ରାଚୀନ କଳାକୃତି ଓ ଦ୍ରବ୍ୟ ଗୁଡିକୁ  ସାଇତି ରଖିବାର ସେମାନଙ୍କର ନିଶା ଏପରି ହେବାରେ ସହାୟତା କରିଛି । ଏପରି ଜଣେ ସଂଗ୍ରହକାରୀ ହେଉଛନ୍ତି ଅକ୍ଷୟ ପଟ୍ଟନାୟକ । ବୋଲଗଡର ଜଣାଶୁଣା ରାଜନେତା ତଥା ସମାଜସେବୀ ଅକ୍ଷୟ ପଟ୍ଟନାୟକ ବିଗତ ୨୦ ବର୍ଷ ଧରି ନିଜ ଘରକୁ ସଂଗ୍ରହାଳୟର ରୂପ ଦେଇଛନ୍ତି । ଶହ ଶହ ପ୍ରାଚୀନ ରେଡ଼ିଓ, କ୍ୟାମେରା, ମୁଦ୍ରା, ଗ୍ରାମଫୋନ୍, ଟେଲିଫୋନ୍ ଆଦି ସଂଗ୍ରହ କରି ସେ ତାଙ୍କ ଘର ଭରି ସାରିଲେଣି । ଅଧିକ ଜିନିଷ ରଖିବା ପାଇଁ ତାଙ୍କ ପାଖରେ ଆଉ ଘର ନାହିଁ । ସରକାରୀ ପ୍ରୋତ୍ସାହନକୁ ଅପେକ୍ଷା କରିନଥିବା ଅକ୍ଷୟ ନିଜ ପ୍ରଚେଷ୍ଟାରେ ଏସବୁ ଦ୍ରବ୍ୟ ରଖିବା ପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ପ୍ରକୋଷ୍ଠ ନିର୍ମାଣ କରିଛନ୍ତି । ବହୁ ଗବେଷକ ଓ ପର୍ୟ୍ୟଟକ ଅଖିଳଙ୍କ ସଂଗ୍ରହାଳୟ ଦେଖି ବିମୋହିତ ହେଉଥିବା ବେଳେ ସରକାର ଏଥିପ୍ରତି ଆଖି ବୁଜି ଦେଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।
 
ଏପରି ଆଉ ଜଣେ ନିଆରା ବ୍ୟକ୍ତିତ୍ୱ ହେଲେ ଖୋର୍ଦ୍ଧାର ଗୋପାଳ କୃଷ୍ଣ ଦାଶ । ସ୍ଥାନୀୟ ପ୍ରାଣନାଥ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଥିବା ଗୋପାଳ କୃଷ୍ଣ ଖୋର୍ଦ୍ଧାର ୧୨୨ ବର୍ଷ ତଳର ନିଜର ଏକ ପୁରୁଣା ଘରେ ରହନ୍ତି । ତାଙ୍କ ଘର ସହ ସେ ରଖିଥିବା ୫୦୦ ବର୍ଷ ତଳର ପ୍ରାଚୀନ ଅସ୍ତ୍ରଶସ୍ତ୍ର, ପୁରୁଣା ମୁଦ୍ରା, ଷ୍ଟାମ୍ପ, ରତ୍ନପଥର, ତାଳପତ୍ରପୋଥି ସବୁଥିରେ ରହିଛି ଉକ୍ରୃଷ୍ଟତା । କେବଳ ଅକ୍ଷୟ ବା ଗୋପାଳକୃଷ୍ଣ ନୁହଁନ୍ତି ରାଜ୍ୟର ସମସ୍ତ ଜିଲ୍ଲାରେ ଏପରି ସଂଗ୍ରହକାରୀ ନିଜସ୍ୱ ଉଦ୍ୟମରେ ବିନା ସରକାରୀ ପ୍ରୋତ୍ସାହନରେ ସଂଗ୍ରହାଳୟ କରି ପ୍ରାଚୀନ କିର୍ତୀ ଓ ସଂସ୍କୃତିର ପ୍ରଚାର ପ୍ରସାର କରାଇବାରେ ଲାଗିଛନ୍ତି ।
  • Tags:

Subscribe

National International State Sports Entertainment