ବିହଙ୍ଗ କନ୍ୟା ସେଲ୍‌ବି
Khabar Odisha:India-youngest-lady-pilot-Shelvi
ଆକାଶରେ ଉଡିଲେଣି ୪୦୦ ଘଣ୍ଟା। କେନ୍ଦୁଝରର ଓଡିଆ ଝିଅ ସେଲ୍‌ବିଙ୍କୁ ଏବେ କୁହାଯାଉଛି ବିହଙ୍ଗ କନ୍ୟା। ରାଜ୍ୟର ପ୍ରଥମ ମହିଳା ପାଇଲଟ୍‌ ଭାବେ ସେଲ୍‌ବି ଏୟାର ଏସିଆରେ ବିମାନ ଚାଳନା କରି ଓଡିଆ ନାରୀଙ୍କ ସମ୍ମାନ ରକ୍ଷା କରିଛନ୍ତି ।
 
ୟୁଏସ୍‌ରେ ଦୁଇ ବର୍ଷର କଠିନ ପ୍ରଶିକ୍ଷଣ ସାରି ସେଲ୍‌ବି ୪୦୦ ଘଣ୍ଟାର ଉଡାଣ ଅଭିଜ୍ଞତା ସହ କମର୍ସିଆଲ ବିମାନରେ ପାଇଲଟ ଭାବେ ଯୋଗ ଦେଇଛନ୍ତି ।କେନ୍ଦୁଝର ଜିଲ୍ଲା ରୁକୁଣାପୁର ଶାସନର ଏହି ଝିଅ ଟେକ୍ସାସ୍‌ରେ ଏଭିଏସନ୍‌ରେ ସ୍ନାତକ ଶିକ୍ଷା ସହ ଏଭିଏସନ୍‌ରେ ଏମ୍‌ବିଏ ଡିଗ୍ରୀ ଭାରତରୁ  ହାସଲ କରି ୨୦୧୧ ମସିହାରେ ଦେଶର ସର୍ବ କନିଷ୍ଠ କମର୍ସିଆଲ ପାଇଲଟର ଲାଇସେନ୍ସ ପାଇବାରେ ସକ୍ଷମ ହୋଇ ପାରିଥିଲେ ।
 
ସେଲ୍‌ବିଙ୍କ ବାପା ବିପିନ ମିଶ୍ର ମୁମ୍ବାଇରେ ଜଣେ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ ହୋଇଥିବା ବେଳେ ତାଙ୍କ ମା ସୁକାନ୍ତି ମିଶ୍ର ଜଣେ ଗୃହିଣୀ। ପିଲାଟି ଦିନରୁ ସେଲ୍‌ବିଙ୍କ ଆକାଶରେ ଉଡିବାର ସ୍ୱପ୍ନ ଥିଲା ଏବଂ ଆମେ ସ୍ୱପ୍ନ ପୁରା କରିବା ପାଇଁ ଯଥାସାଧ୍ୟ ସହଯୋଗ କରି ଆସିଛୁ ବୋଲି ବିପିନ ମିଶ୍ର କହନ୍ତି। ଜଣେ ପାଇଲଟ୍‌ ଝିଅର ପିତା ହିସାବରେ ମୁଁ ଏବେ ଗର୍ବିତ ବୋଲି ସେ କହନ୍ତି । ସେଲ୍‌ବି ଆମ ପରିବାରର ଏକମାତ୍ର ଝିଅ ଯିଏ କି ଭିନ୍ନ କିଛି ଏକ କରିବାର ସ୍ୱପ୍ନ ଦେଖି ତାରି ପଛରେ ଅନୁସରଣ କରି ଆସିଛି ବୋଲି ସୁକାନ୍ତି କହନ୍ତି ।
 
 
  • Tags:

Subscribe

National International State Sports Entertainment