ଜନସଂଖ୍ୟା ନିୟନ୍ତ୍ରଣ ଯୋଜନାରେ ଫେଲ୍ ମାରିଛନ୍ତି ସରକାର
Khabar Odisha:
ହୁଃ ହୁଃ ହୋଇ ବଢୁଥିବା ଜନସଂଖ୍ୟା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଚଳିତ ବର୍ଷର ଆକଳନ କହୁଛି ବର୍ତ୍ତମାନ ବିଶ୍ୱର ଜନସଂଖ୍ୟା ୭.୫ ବିଲିୟନ ଥିବା ବେଳେ ଭାରତର ଜନସଂଖ୍ୟା ୧.୩୪ ବିଲିୟନ । ବିଶ୍ୱରେ ଅଧିକ ଜନସଂଖ୍ୟା ବାସ କରୁଥିବା ଦେଶ ଭିତରେ ଚୀନ୍ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ଦ୍ୱିତୀୟ  ସ୍ଥାନରେ ରହିଛି । ସେହିପରି ଭାବରେ ଯଦି ଆମ ଭାରତର ଆଭ୍ୟନ୍ତରୀଣ କଥା ଦେଖିବା ଭାରତର ସର୍ବାଧିକ ଜନସଂଖ୍ୟା ଥିବା ରାଜ୍ୟ ହିସାବରେ ଓଡିଶାର ସ୍ଥାନ ୧୧ ନମ୍ବର ।  ଏହି କ୍ରମରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଭଳି ରାଜ୍ୟ ଯଥାକ୍ରମେ ପ୍ରଥମ, ଦ୍ୱିତିୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସଦ୍ୟତମ ଆକଳନ ଅନୁସାରେ  ଓଡିଶାର ଜନସଂଖ୍ୟା ପ୍ରାୟ ସାଢେ ଚାରି କୋଟି ।
 
ଆମ ପୃଥିବି ପୃଷ୍ଠର ୩ ଭାଗ ଜଳ ଥିବା ବେଳେ ମାତ୍ର ଗୋଟିଏ ଭାଗ ସ୍ଥଳଭାଗ ରହିଛି । ଏହିପରି କ୍ଷେତ୍ରରେ ପୃଥିବୀର ବଢୁଥିବା ଜନସଂଖ୍ୟା, ଆୟତନ ଦୃଷ୍ଟିରୁ ଲୋକମାନଙ୍କ ବସବାସ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି । ବଢୁଥିବା ଜନସଂଖ୍ୟା ଯେ କେବଳ ଲୋକମାନଙ୍କ ବସବାସ ପାଇଁ ସମସ୍ୟା ସୃଷ୍ଟି କରୁଛି ତାହା ନୁହେଁ ବଂର ଏହା ଲୋକମାନଙ୍କର ଖାଦ୍ୟପେୟ,ପାନୀୟ ଜଳ ସହ ପରିବେଶ ଜନିତ ଅନେକ ସମସ୍ୟା ସୃଷ୍ଟି କରୁଛି । ଯାହା ସମସ୍ତ ପରିବେଶବିତ୍ ମାନଙ୍କ ମୁଣ୍ଡବ୍ୟଥାର କାରଣ ହେବା ସହ ସେମାନଙ୍କ ପାଇଁ ଚିନ୍ତା ବଢାଇଛି । ବଢୁଥିବା ଜନସଂଖ୍ୟାକୁ ରୋକିବା ପାଇଁ ଅତୀତରେ ଅନେକ ଯୋଜନା କରାଯାଇଛି ସେଥିମଧ୍ୟରୁ କିଛି ସଫଳ ହୋଇଥିବା ବେଳେ ଆଉ କିଛି ଅସଫଳ ମଧ୍ୟ ହୋଇଛି । ଯେପରିକି ଚୀନ ଆମେ ଦୁଇ ଆମର ଏକ୍ପ୍ଲାନ୍  କଡାକଡି ଭାବେ ଲାଗୁ କରାଯାଇଛି ସେହିପରି ଭାରତରେ ଆମେ ଦୁଇ ଆମର ଦୁଇ ପ୍ଲାନ କୁ ସଫଳ କରିବା ପାଇଁ ସରକାର ପ୍ରତ୍ୟେକ୍ଷ ଭାବେ ଅନେକ ପଦକ୍ଷେପ ନେଇଛନ୍ତି ।
 
ଆମ ରାଜ୍ୟ ଓଡିଶା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଭିତରେ ୧୧ ନମ୍ବର ସ୍ଥାନରେ ରହିବା ସରକାରଙ୍କୁ ଚିନ୍ତାପ୍ରକଟ କରାଇଥିଲା । ସେଥିଯୋଗୁଁ ବଢୁଥିବା ଜନସଂଖ୍ୟା ଉପରେ ରୋକ୍ ଲଗାଇବା ପାଇଁ ସରକାର ଅନେକ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇବା ସହ ଜନ୍ମ ନିୟନ୍ତ୍ରଣ  ପାଇଁ ମାଗଣାରେ ଅସ୍ତ୍ରୋପଚାର ମଧ୍ୟ କରାଉଛନ୍ତି । କିନ୍ତୁ ଆମ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାର ବ୍ୟତିକ୍ରମ କରିଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ୨୦୧୩-୧୪ ମସିହା ତୂଳନାରେ ୨୦୧୫-୧୬ ମସିହାରେ ରାଜ୍ୟରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇବାରେ ଅସଫଳ ହୋଇଛନ୍ତି । ଯାହା ଖୋଦ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଧାନସଭାର ଏକ ରିପୋର୍ଟ ମାଧ୍ୟମରେ ଦର୍ଶାଇଛନ୍ତି । ଚଳିତ ବିଧାନସଭାରେ ତାରା ପ୍ରସାଦ ବାହୀନପତିଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଏହି ଦର୍ଶାଇଛନ୍ତି । ଦୀର୍ଘ ୧୭ ବର୍ଷ ଧରି ଓଡିଶାର ଜନତା ବିପୁଳ ଜନସମର୍ଥନ ଦେଇ ଗୋଟିଏ ଦଳକୁ ଶାସନଗାଦିରେ ବସାଉଥିବାରୁ ସରକାର ଏଥିପାଇଁ କେଉଁଠି ନା କେଉଁଠି ଆତ୍ମଗର୍ବି ହୋଇଯାଇଛନ୍ତି । ଯେଉଁଥିପାଇଁ ବାର୍ଷିକ ପରିସଂଖ୍ୟାନରେ ଜନ୍ମ ନିୟନ୍ତ୍ରଣର ସଂଖ୍ୟା ବଢିବା ଅପେକ୍ଷା ଧିରେ ଧିରେ କମିବାରେ ଲାଗିଛି । ଯଦି ଏହିପରି ସ୍ଥିତି ଆଗାମୀ ଦିନରେ ଓଡିଶାରେ ପରିଲକ୍ଷିତ ହୁଏ ତେବେ ଆମ ରାଜ୍ୟ ଜନସଂଖ୍ୟା ଆକାରରେ ଦିନେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଭଳି ରାଜ୍ୟକୁ ଟପିଯିବ । 
 
  • Tags:

Subscribe

National International State Sports Entertainment