ଅନୁଶାସନ ମନୁଷ୍ୟ ଚରିତ୍ରର ଏକ ଆବଶ୍ୟକୀୟ ଅଙ୍ଗ। ଅନୁଶାସନ ବିନା ମନୁଷ୍ୟ କେବେ ହେଲେ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିପାରିବ ନାହିଁ । କୌଣସି କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ କିଛି ବ୍ୟବସ୍ଥିତ ନିୟମାବଳୀର ନିର୍ଦ୍ଧିଷ୍ଟ ସମୟ ମଧ୍ୟ ରେ ପାଳନ କରିବା ହିଁ ଅନୁଶାସନ ଅଟେ। ଏହା ସଚ୍ଚୋଟତା, କଠିନ ପରିଶ୍ରମ ସହିତ ସଦା ସର୍ବଦା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉତ୍ସାହିତ ହୋଇ କ୍ରିୟା ସମ୍ପାଦନରେ ଖୁବ ସହାୟକ ହୋଇଥାଏ। ମନୁଷ୍ୟ ଜୀବନରେ ଅନୁଶାସନ, ଶୃଙ୍ଖଳା, ଦକ୍ଷତା, ସମୟାନୁବର୍ତ୍ତୀତା, ସଂଗଠନ, ଏବଂ ଧ୍ୟାନ ପ୍ରଭୁତି ବିଶେଷ ଗୁଣକୁ ବୃଦ୍ଧି କରିଥାଏ
ତେବେ ଆଜି କାଲି ଦୁନିଆରେ ସୁଖ ସ୍ଵାଚ୍ଛନ୍ଦ୍ୟର ମାୟାଜାଲ ମଧ୍ୟରେ ମନୁଷ୍ୟ ନିଜର ଅନୁଶାସନକୁ ପଛରେ ପକାଇ ଆଳସ୍ୟରେ ବଶବର୍ତ୍ତୀ ହୋଇଯାଇଛି। ତେବେ ଏହି ଆଳସ୍ୟ କେତେବେଳେ ଆମର ସମଗ୍ର ଜୀବନରେ ନକାରାତ୍ମକ ପ୍ରଭାବ ଖେଳାଇଦିଏ ତାହା ଜଣା ପଡେ ନାହିଁ। ଆଜି କଲି ଯୁଗରେ ସୋସିଆଲ ମିଡ଼ିଆ ଏକ ବରଦାନ ସହିତ ଅଭିଶାପ ପାଲଟିଛି। ଏହା ମନୁଷ୍ୟ ର ଏକାଗ୍ରତା ହ୍ରାସ କରିବା ସହ ଅନୁଶାସନ ପାଳନ କରି ଏକ ସୁଖମୟ ଜୀବନଯାପାନ କରିବାରୁ ବଞ୍ଚିତ କରୁଛି। କଣ ଆପଣ ଭି ଏହି ମାୟାଜାଲରେ ବଶବର୍ତ୍ତୀ ହୋଇ ନିଜର ଅମୁଲ୍ୟ ସମୟ ନଷ୍ଟ କରୁଛନ୍ତି ତେବେ ଚାଲନ୍ତୁ ଜାଣିବା କିପରି ଏହି ସମସ୍ୟାରୁ ମୁକ୍ତି ପାଇବେ।
1. ଏକ ନିଶ୍ଚିତ ଲକ୍ଷ୍ୟ ନିର୍ଧାରଣ କରନ୍ତୁ
ଜୀବନରେ ଲକ୍ଷ୍ୟ ନିର୍ଧାରଣ ଏକ ଗୁରୁତ୍ୱପୂର୍ଣ ପ୍ରକ୍ରିୟା। ଯଦି ଲକ୍ଷ୍ୟ ହୀନ ଭାବେ ଆମେ କାର୍ଯ୍ୟ କରିଚାଲିବା ତେବେ ତାହାର ସୁପରିଣାମ କେବେ ମିଳିବ ନାହିଁ ବରଂ ଏହା ଆମକୁ ଆହୁରି ମାନସିକ ସ୍ତରରେ ଆହୁରି ଦୁର୍ବଳ କରିଦେବ। ତେଣୁ ଏକ ନିଶ୍ଚିତ ଲକ୍ଷ୍ୟ ନିର୍ଧାରଣ ପୂର୍ବକ ସେଠାରେ ପହଂଚିବା ପାଇଁ ଅବଶ୍ୟକୀୟ ଯୋଜନା ପ୍ରସ୍ତୁତ କରିବା ଉଚିତ।
2. ଏକ ସ୍ପଷ୍ଟ ଯୋଜନା ପ୍ରସ୍ତୁତ କରନ୍ତୁ
ଲକ୍ଷ୍ୟ ନିର୍ଧାରଣ କରି ସେଠାରେ ପହଂଚିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିହାତି ଜରୁରୀ ଅଟେ। ଖାଲି ସେତିକି ନୁହେଁ ଲକ୍ଷ୍ୟ ସାଧନ ନିମନ୍ତେ କେତେ ସମୟ ଆବଶ୍ୟକ, କେଉଁ ଦିଗରେ ଗଲେ ଯଥା ଶୀଘ୍ର ଲକ୍ଷ୍ୟ ହାସଲ କରିହେବ ସେସବୁକୁ ଧ୍ୟାନ ରଖିବା ଆବଶ୍ୟକ। ଆପଣ କଣ ହାସଲ କରିବାକୁ ଚାହାନ୍ତି ତାହା ଆପଣ ଜାଣିଥାଇ ପାରନ୍ତି କିନ୍ତୁ କିପରି ହାସଲ କରିବା ନ ଜାଣିଲେ ଆପଣ ଆଗକୁ ବଡ ପରାଜୟ ର ସମ୍ମୁଖୀନ କରିପାରନ୍ତି। ତେଣୁ ନିଜର ଲକ୍ଷ କୁ ବିଭିନ୍ନ ଭାଗ ରେ ବିଭକ୍ତ କରି ଛୋଟ ଛୋଟ ପଦକ୍ଷେପ ନେଇ ନିଜର ଲକ୍ଷ୍ୟ ସାଧନ କରିପାରିବେ।
3. ନିଜର ମନୋବଳ ଦୃଢ କରନ୍ତୁ
ସଫଳ ବ୍ୟକ୍ତି ମାନେ ନିଜ ଉପରେ ସଦା ସର୍ବଦା ଦୃଢ ବିଶ୍ୱାସ ରଖିଥାନ୍ତି। କିନ୍ତୁ କେତେକ ସମୟରେ ଆମେ ନିଜକୁ ବହୁତ କମ ମନେ କରିବା ସହ ନିଜକୁ ଅନ୍ୟ ମାନଙ୍କ ସହ ତୁଳନା କରିଥାନ୍ତି। ତେବେ ଆପଣଙ୍କୁ ଦୃଢ ମାନସିକତା ଗଠନ କରିବା ଉଚିତ। ଯଦି ଅନ୍ୟମାନେ ସଫଳତା ପାଇପାରୁଛନ୍ତି ତେବେ ଆପଣ କାହିଁକି ନୁହେ। ନିହାତି ଭାବେ ନିଜକୁ ଗୋଟେ ମୌକା ଦେଇ ଦେଖନ୍ତୁ।
4. ନିଜର ଅଭ୍ୟାସ ରେ ପରିବର୍ତନ ଆଣନ୍ତୁ
ଅଭ୍ୟାସ ଅପାଙ୍କ ଜୀବନକୁ ୧୦ ଗୁଣ ସହଜ କରିନେଇଥାଏ। ଆପଣ ଯଦି ଭଲ ଅଭ୍ୟାସ ଆପଣନ୍ତି ତେବେ ଆପଣଙ୍କ ଲକ୍ଷ୍ୟ ହାସଲ କରିବାର ଯାତ୍ରା ଆହୁରି ସହଜ ହୋଇଯିବ।
5. ସମୟାନୁବର୍ତ୍ତିତା ପାଳନ କରନ୍ତୁ
ଆପଣ ଏପରି ଲୋକଙ୍କୁ ନିଶ୍ଚିତ ଦେଖିଥିବେ ଯିଏ କୌଣସି କାମକୁ ସମୟ ନାହିଁ ବୋଲି କହି ଟାଳି ଦେଇଥାନ୍ତି। କିନ୍ତୁ ବାସ୍ତବରେ ଆମ ପାଖରେ ଖୁବ ଉପଯୁକ୍ତ ସମୟ ରହିଛି କିନ୍ତୁ ଲୋକ ଏହାକୁ ବୁଦ୍ଧିହୀନ ଭାବେ ସୋସିଆଲ ମିଡ଼ିଆ ତଥା ଅନୁପଯୁକ୍ତ କାମରେ ନିବେଶ କରନ୍ତି। ଏଥିରୁ ବର୍ତ୍ତିବା ପାଇଁ ନିଜର ଦିନଚର୍ଯ୍ୟା ପ୍ରସ୍ତୁତ କରନ୍ତୁ ଓ ଏହାକୁ ସଚ୍ଚୋଟତାର ସହ ପାଳନ କରନ୍ତୁ।
6. ଛୋଟରୁ ଆରମ୍ଭ କରନ୍ତୁ
ଆମେ ଯେବେ ଲକ୍ଷ ନିର୍ଧାରଣ କରୁ ଆମକୁ ଏପରି ଲାଗେ ସବୁ କିଛି ଏକ ସମୟରେ ସାରି ଦେବାକୁ ମାତ୍ର ତାହା ହୁଏ ନାହିଁ । ତେଣୁ ନିଜର ଲକ୍ଷ୍ୟ କୁ ଛୋଟ ଛୋଟ ଶ୍ରେଣୀରେ ବିଭକ୍ତ କରି ସବୁଦିବ କିଛି କିଛି ପୁରାଣ କରିଲେ ଉପଯୁକ୍ତ ସମୟରେ ଆପଣଙ୍କୁ ସଫଳ ହେବାରୁ କେହି ଅଟକାଇ ପାରିବେ ନାହିଁ।
7. ନିଜର ଧ୍ୟାନ ରଖିବାକୁ ଭୁଲନ୍ତୁ ନାହିଁ
ଏହି ଲକ୍ଷ୍ୟ ସାଧନ ନିମନ୍ତେ ଆପଣ ଯେପରି ନିଜକୁ ଭୁଲି ନ ଯାନ୍ତି। ଏକ ସୁସ୍ଥ ଶାରୀରିକ ଓ ମାନସିକ ଚେତନା ଆପଣଙ୍କ ପରିଶ୍ରମ କୁ ଲାଘବ କରିବାରେ ସହାୟକ ହୋଇଥାଏ। ତେବେ ଏହାକୁ କେବେ କାମ ମାନେ କରିବେ ନାହିଁ। ଏହା ଆପଣଙ୍କ ଜୀବନ ଯାତ୍ରାକୁ ଆହୁରି ସୁଗମ କଋଥାଏ।
8. ନିଜକୁ ଉତ୍ତରଦାୟୀ ରଖନ୍ତୁ
ଆମେ ସର୍ବଦା ଆମ ଜୀବନରେ ଘଟୁଥିବା ଘଟଣାବଳୀ ପାଇଁ ଅନ୍ୟକୁ ଦୋଷୀ ସାବ୍ୟସ୍ତ କରିଥାଉ। ଏହା ଦ୍ୱାରା ଆମେ ନିଜର ଦାଇତ୍ୱ ବୋଧ ହରାଇଥାଉ। ତେବେ ନିଜକୁ ନିଜ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରଖିବା ଦ୍ୱାରା ଆମେ ଦାୟିତ୍ୱବୋଧର ମୂଲ୍ୟ ବୁଝିପାରୁ। ଏବଂ ଏହା ସଫଳତା ଦିଗରେ ଏକାନ୍ତ ଆବଶ୍ୟକ।
ତେବେ ଏହି ସବୁ ସୋପାନ କୁ ପାଳନ କରିବା ଦ୍ୱାରା ଧୀରେ ଧୀରେ ଆପଣ ନିଜର ଜୀବନରେ ପରିବର୍ତ୍ତନ ଆଣିପାରିବେ। ଛୋଟ ରୁ ଛୋଟ ସକାରାତ୍ମକ ପରିବର୍ତନ ମଧ୍ୟ ଆପଣଙ୍କ ଜୀବନକୁ ଖୁସିମୟ କରିପାରିବ। ତେବେ ଏହି ସବୁ ଉପାୟ ଆପଣେଇ ଜୀବନରେ ଆନୁଶାସନର ସହିତ ଆଗକୁ ବଢନ୍ତୁ ଓ ସଫଳ ହୁଅନ୍ତୁ।