କଂଗ୍ରେସ ବନ୍ଦ ପଛରେ ଥିଲା ନବୀନଙ୍କ ସମର୍ଥନ, ସତ ଖୋଲିଦେଲେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ !
Khabar Odisha:Odisha-CM-support-Congress-Bharat-Bandh
ଭୁବନେଶ୍ୱର , ୧୧ ସେପ୍ଟେମ୍ବର (ଖବରଓଡିଶା):

କଂଗ୍ରେସର ବନ୍ଦ ପଛରେ ଥିଲା ବିଜେଡିର ଭିତିରି ସମର୍ଥନ  । ଏକଥା କହି ଚର୍ଚ୍ଚାକୁ ଆସିଥିଲା ବିଜେପି  । ତେବେ ଏହି ଚର୍ଚ୍ଚାରେ ଏକପ୍ରକାର ମୋହର ଲଗାଇଲେ ବିଜେଡିର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ  । ଦଳର ଗୁମରକୁ ସେ ଖୋଲିଦେଲେ ଗଣମାଧ୍ୟମ ସମ୍ମୁଖରେ ଏପରି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଜୋର ଧରିଛି  ।

ଭାରତ ବନ୍ଦ ସମୟରେ ନିଜର ପ୍ରତିକ୍ରିୟା ଦେଇ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ ଯେ, ବନ୍ଦଟା ଯୁକ୍ତିଯୁକ୍ତ ହୋଇଛି  । ଗୋଟିଏ ପଟେ ବିଧାନସଭାକୁ ମୁଖ୍ୟମନ୍ତ୍ରୀ ବିଳମ୍ବରେ ଆସିବା ଓ ଅନ୍ୟପଟେ ଦଳର ବିଧାୟିକାଙ୍କ ବୟାନ ଏକଥାକୁ ପ୍ରମଣା କରିଦେଇଛି ବୋଲି ରାଜନୈତିକ ସମୀକ୍ଷକ ମାନଙ୍କ ମହଲରେ ଆଲୋଚନା ହେଉଛି  ।

କଂଗ୍ରେସର ବନ୍ଦ ପାଳନକୁ ଦଳର ଅନ୍ୟ ମୁଖପାତ୍ର ସମର୍ଥନ କରୁନାହାନ୍ତି ବୋଲି ଘଂଟ ଘୋଡାଇ ଚାଲିଥିବା ବେଳେ ଏଥିରେ କିନ୍ତୁ ମୋହର ଲଗାଇଲେ ବିଧାୟିକା  । ଏପରି କଥା ଲୋକଲୋଚନକୁ ଆସିବା  ପରେ ଆସନ୍ତା ନିର୍ବାଚନରେ ଓଡିଶାରେ ରାଜନୀତିର ନୂଆ ସମୀକରଣ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରିଛନ୍ତି  ।

ଏଠାରେ ସୂଚନାଯୋଗ୍ୟ ଯେ, ବନ୍ଦ ପାଳନ ସମ୍ପର୍କରେ ଦଳର ମୁଖପାତ୍ର ସମୀର ରଞ୍ଜନ ଦାସ କହିଥିଲେ ତୈଳଦର ବୃଦ୍ଦି ନେଇ ଯେଇଁ ଜନ ଆକ୍ରୋଶ ଅଛି ତାହାକୁ ଆମେ ସମର୍ଥନ କରୁଛୁ  । ହେଲେ କଂଗ୍ରେସର ବନ୍ଦକୁ ସମର୍ଥନ କରୁନାହୁଁ  । ଏପରି କଥା ଗତ କିଛିଦିନ ହେବେ ପ୍ରସଙ୍ଗ ଏଡାଇ ଚାଲିଥିବା ବେଳେ ବିଧାୟିକାଙ୍କ ବୟାନ ଏହା ସ୍ପଷ୍ଟ କରୁଛି ବୋଲି ଆଲୋଚନା ହେଉଛି  । ସେପଟେ କଂଗ୍ରେସର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଡେରିରେ ଆସିବା କଂଗ୍ରେସର ବନ୍ଦକୁ ସଫଳ କରିଛି  ।

  • Tags:

Subscribe

National International State Sports Entertainment