ସାହସ ଅଛି ଯଦି ବିଜେପି ସାମ୍ନାରୁ ଆକ୍ରମଣ କରୁ ଶ୍ରିଖଣ୍ଡି ପଛରୁ ନୁହେଁ: ଆପ୍‌
Khabar Odisha:Aap-impulses-BJP-to-attack-on-face-not-in-back
ନୂଆଦିଲ୍ଲୀ, ମଇ14(ଖବର ଓଡ଼ିଶା): ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିବା ଆପ୍‌ର ନେତା କପିଲ ମିଶ୍ରା ରବିବାର ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ଲଗାଇଥିବା ସଙ୍ଗିନ ଅଭିଯୋଗ ପରେ ଦଳ ତରଫରୁ ଏହାର ଜବାବ ଦିଆଯାଇଛି। ପାର୍ଟିର ମୁଖପାତ୍ର ରାଘବ ଚଡ଼୍ଢ଼ା କହିଛନ୍ତି ଯେ, ଯଦି ସାହସ ଅଛି ତ ସାମ୍ନାକୁ ଆସ, ଶ୍ରିଖଣ୍ଡିର ପଛରେ ରହି ଆକ୍ରମଣ କାହିଁକି କରୁଛ?
 
ବିଜେପି ସାମ୍ନାରେ ଆସି ଆକ୍ରମଣ କରୁ, ପଛରୁ ନୁହେଁ। ଏପରି ଲାଗୁଛି ଶ୍ରୀଖଣ୍ଡି ପଛରେ ରହି ଆକ୍ରମଣ କରାଯାଉଛି। ଆମର ଗଚ୍ଛିତ ଧନ ଏବଂ ବିଦେଶ ଯାତ୍ରା ପାଇଁ ପ୍ରଶ୍ନ ଉଠାଯାଉଛି। କହିରଖୁଛି ଯେ ଆମେ ଆପ୍‌ରେ ଯୋଗଦେବାପୂର୍ବରୁ ବେଶ ସକ୍ଷମ ଏବଂ ପରିବାର ସହ ନିଜ ଖର୍ଚ୍ଚକୁ ତୁଲାଇଆସିଛି। ବିଦେଶ ମଧ୍ୟ ଯାଇ ଆସୁଛି ବୋଲି ସେ ଗଣମାଧ୍ୟମ ଆଗରେ ଜବାବ ରଖିଛନ୍ତି।
 
ସୁଚନା ଦେବାକୁ ଚାହିଁବୁ ଯେ, ଆପ ତରଫରୁ ସଫେଇ ଦିଆଯିବା ପୂର୍ବରୁ ଅନଶନରେ ବସିଥିବା କପିଲ ମିଶ୍ରା ଭ୍ରଷ୍ଟାଚାର ଏବଂ ଚନ୍ଦା ମାଗିବା ପରି ଅଭିଯୋଗ ଆଣିଥିଲେ। କେଜ୍ରିୱାଲ ବେନାମୀ କମ୍ପାନୀଗୁଡ଼ିକ ସହାୟତାରେ କୋଟି କୋଟି ଟଙ୍କାର ଚାନ୍ଦା ଆଦାୟ କରିଛନ୍ତି ଏବଂ ଆକ୍ସିସ ବ୍ୟାଙ୍କ ସହାୟତାରେ ଏହାକୁ କଳାରୁ ଧଳା କରିଛନ୍ତି ବୋଲି ଦାବି ମଧ୍ୟ କରିଛନ୍ତି। ପୂର୍ବରୁ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କଠାରୁ 2 କୋଟି ଟଙ୍କା ନଗଦ ନେଇଥିବା ଅଭିଯୋଗ ଆଣିବା ପରେ ଅନଶନରେ ବସିଛନ୍ତି। ତେବେ ଗଣମାଧ୍ୟମ ସହ ସାକ୍ଷାତକାର କରିବା ଅବସରରେ କପିଲ ବେହୋସ ହୋଇଯିବା ସହ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
 
ତେବେ ଯାହା ସୁଚନା ମିଳିଛି, ଆପ୍‌ର ଅନ୍ୟ ଏକ ପ୍ରବୋକ୍ତା ସଞ୍ଜୟ ସିଂହ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ କହିଥିଲେ କଳାରାତିର କଳାଧନ। ତେବେ ଆପ ଏବଂ କେଜ୍ରିୱାଲଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ନଉଠାଯାଉ ବୋଲି ସେ କହିଛନ୍ତି। ବିଜେପି ଏତେ ଶକ୍ତିଶାଳୀ ସରକାର ଗଠନ କରିବା ପରେ ମଧ୍ୟ ବିଗତ ଅଢ଼େଇ ବର୍ଷଧରି 2 କୋଟି କଥା ଉଠାଇଆସିଛି। ଏହା ଆପକୁ ମୂଳପୋଛ କରିବା ପାଇଁ ବିଜେପିର ଚାଲ ବୋଲି ସେ ପ୍ରକାଶ କରିଛନ୍ତି। ଯାହା କପିଲ ମିଶ୍ରା କହୁଛନ୍ତି ତାହା ବିଜେପିର ବୟାନବାଜି ବୋଲି ସେ ମଧ୍ୟ ଅଭଯୋଗ ଆଣିଛନ୍ତି।
  • Tags:

Subscribe

National International State Sports Entertainment