ଆସନ୍ତାକାଲି ଯୁବ କଂଗ୍ରେସ ସମାବେଶ
Khabar Odisha:Youth-Congress-Rally-Held-Tomorrow
ଭୁବନେଶ୍ୱର,ମେ ୧୫ (ଖବର ଓଡିଶା): ଆସନ୍ତାକାଲି ଓଡିଶା ଯୁବ କଂଗ୍ରେସ ଏକ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରିଛି । ରାଜ୍ୟରେ ଥିବା ବେକାରୀ ଯୁବକ ଯୁବତୀଙ୍କ ଥଇଥାନ ପାଇଁ ୩ ଦଫା ଦାବି ନେଇ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନେଇଛି । ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ କହିଛନ୍ତି କି ପୂର୍ବରୁ ରାଜ୍ୟପାଳଙ୍କୁ ଏହି ସମସ୍ୟା ନେଇ ଯୁବ କଂଗ୍ରେସ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା । ମାତ୍ର ଏହା ପରେ ବି କୌଣସି ପଦକ୍ଷେପ ନିଆ ଯାଇନାହିଁ । ତେଣୁ ଏହି ସମାବେଶ କରିବାର ନିଷ୍ପତ୍ତି ନିଆଗଲା ।
 
ଆସନ୍ତାକାଲି ହେବାକୁ ଥିବା ସମାବେଶରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଅମିନ୍ଦର ସିଂହ ଓ ରାଜ ବ୍ରାର ଯୋଗ ଦେବା ନେଇ  ସୂଚନା ମିଳିଛି । ବେକାର ଯୁବକଯୁବତୀଙ୍କୁ ୮୫ ପ୍ରତିଶତ ନିଯୁକ୍ତି ଦାବି ରଖି ଯୁବ କଂଗ୍ରେସ ସମାବେଶର ଆୟୋଜନ କରିଛି । 
  • Tags:

Subscribe

National International State Sports Entertainment