ପୁଣି ଚର୍ଚ୍ଚାରେ ଇଶ୍ୱର ବୋତଲ ଭିତରେ ଆଙ୍କିଲେ ପ୍ରେମର କଳାକୃତି
Khabar Odisha:Iswar-artValentines-Day

ବୋତଲ ଭିତରେ ଆଙ୍କିଲେ ପ୍ରେମର କଳାକୃତି

ଭୁବନେଶ୍ୱର,ଫେବୃୟାରୀ ୧୩(ଖବର ଓଡ଼ିଶା): କେତେବେଳେ ଅଭିନେତା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ପାଇଁ ତ କେତେବେଳେ ରାଜନେତା ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ କଳାକୃତି ପାଇଁ , କେତେବେଳେ ରଥଯାତ୍ରା ପାଇଁ ତ ଆଉକେତେବେଳେ ରମ୍‌ଜାନର ଶୁଭକାମନା କୁ ଆଧାରକରି ଭିନ୍ନ ଭିନ୍ନ କଳାକୃତି ପ୍ରସ୍ତୁତ କରନ୍ତି ଇଶ୍ୱର । ନିକଟରେ ଯୁବ ଗୋଷ୍ଠୀଙ୍କୁ ଶୁଭେଚ୍ଛା ଜଣାଇ ଭାଲେଣ୍ଟାଇନ୍ ଅବସରରେ ବୋତଲ ଭିତରେ ଓ୍ୱିଥ୍ ଲଭ ଲେଖାଥିବା ତାଜମହଲ ଖୋଦେଇ କାଳକୃତି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ବୋଟଲ ମ୍ୟାନ୍ ଇଶ୍ୱର । 

ଇଶ୍ୱର ଜଣେ ପେଶାଦାର ଶିଳ୍ପୀ । ଯାହାଙ୍କ ହାତର ସ୍ପର୍ଶରେ ପଥର ପାଲଟେ ମୂର୍ତ୍ତି। କେବଳ ପଥର ନୁହେଁ ଚକ୍, କଇଁଆ ମଞ୍ଜି, ମାର୍ବଲ, ଦିଆସିଲ, ସାବୁନ୍, କଲର ପେନସିଲ୍ ଏପରିକି କାଠରେ ମଧ୍ୟ ସେ ନିଜ କଳାକୁ ଦେଇ ପାରନ୍ତି ଜୀବନ।

ଖୋର୍ଦ୍ଧା ଜିଲ୍ଲା ଜଟଣି ସ୍ଥିତ ହାଟବଜାର, ଗୋପିନାଥପୁର ନିବାସୀ ଏଲ.ଇଶ୍ୱର ପୂର୍ବରୁ ମଧ୍ୟ ଅନେକ କଳାକୃତିକୁ ନେଇ ପ୍ରଶଂସିତ ହୋଇଛନ୍ତି । ବିଭିନ୍ନ ପର୍ବପର୍ବାଣି ଆସିଲେ କାହାରି ପ୍ରୋତ୍ସାହନ ବିନା ସେ ତିଆରି କରନ୍ତି କଳାକୃତି । ୩୫ ବର୍ଷିୟ ଏହି ଯୁବକ ଜଣକ ୨୦ ବର୍ଷ ଧରି ନିର୍ମାଣ କରିଥିବା ତାଙ୍କର ପ୍ରତ୍ୟେକଟି ଜିନିଷକୁ ସାଇତି ରଖନ୍ତି ନିଜର ରାଣାନାମକ ମ୍ୟୁଜିୟମରେ। 

ଇଶ୍ୱର ପିଲାଦିନର ଆଗ୍ରହକୁ ନିଶାରେ ପରିଣତ କରିଛନ୍ତି । ନିଜର ଜ୍ଞାନକୁ ଅନ୍ୟମାନଙ୍କୁ ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୦୧୦ ମସିହାରେ ତିଆରି କରିଥିଲେ ଏକ ଆର୍ଟ ସ୍କୁଲ । ସ୍କୁଲରେ ଇଶ୍ୱର ବିନା ପାରିଶ୍ରମିକରେ ପିଲା ମାନଙ୍କୁ ସୂକ୍ଷ୍ମକଳା, ନାଚ ଏବଂ ଖେଳ ଇତ୍ୟାଦି ଶିଖାନ୍ତି । ପିଲାମାନଙ୍କୁ ନେଇ ପ୍ରତିବର୍ଷ ବିଭିନ୍ନ କ୍ୟାମ୍ପ କରନ୍ତି ଇଶ୍ୱର । ଇଶ୍ୱରଙ୍କ ଏହି ସାଧନା ଓ ସପଳତା ପଛରେ ଯାହାଙ୍କ ପରାମର୍ଶ ଓ ଉପଦେଶ ରହିଛି ସିଏ ହେଉଛନ୍ତି ପ୍ରତ୍ୟାଶା ପ୍ରିୟମ୍ବଦା  ମହାନ୍ତି। ପ୍ରତ୍ୟାଶାଙ୍କ ପ୍ରେରଣାରେ ଇଶ୍ୱର କଳାକୃତି ଆଗକୁ ବଢୁଛି ବୋଲି କୁହନ୍ତି ଏହି ଶିଳ୍ପି ଏଲ୍ .ଇଶ୍ୱର ରାଓ ।

 

  • Tags:

Subscribe

National International State Sports Entertainment