ରଇଜ୍‌ର ରିଲିଜ୍‌ ଅବସରରେ ଶୁଭେଚ୍ଛା ଜଣାଇଲେ ଇଶ୍ୱର
Khabar Odisha:

ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ବୋତଲ କାରୁକାର୍ଯ୍ୟ କରିବାରେ ଇଶ୍ୱର ରାଓ ଓସ୍ତାଦ୍‌। ସେ କେତେବେଳେ ପେନ୍‌ସିଲ୍‌ ମୁନରେ କାରୁକାର୍ଯ୍ୟ କରନ୍ତି ତ ଆଉ କେତେବେଳେ କଇଁଆ ମଞ୍ଜିରେ । କିନ୍ତୁ ତାଙ୍କ ବୋତଲ ଭିତର କଳା ସମ୍ପୂର୍ଣ୍ଣ ନିଆରା। ଜଟଣୀ ବାସୀନ୍ଦା ଇଶ୍ୱର ନିକଟରେ ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁନ୍‌ଙ୍କ ପ୍ରତିକ୍ରୁତି ନିର୍ମାଣ କରିଛନ୍ତି ବୋତଲ ଭିତରେ। 

ତାମିଲ୍‌ ହୀରୋ ଏନ୍‌ ବାଲକ୍ରୀଷ୍ଣା ଇଶ୍ୱରଙ୍କ ପ୍ରିୟ ଅଭିନେତା ହୋଇଥିବା ବେଳେ ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ରଇଜ୍‌ ରିଲିଜ୍‌ ହେଉଥିବାରୁ ତାଙ୍କୁ ନିଆରା ଶୁଭେଚ୍ଛା ଜଣାଇଛନ୍ତି ଇଶ୍ୱର। ଶାହାରୁଖ୍ ଜଣେ ଆନ୍ତର୍ଜାତିୟ କଳାକାର ମୁଁ ମଧ୍ୟ ମୋର କଳାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବି ବୋଲି କହନ୍ତି ସେ । କାଚ ବୋତଲ ଭିତରେ ପଥର ଖଞ୍ଜି ଶାହାରୁଖ୍‌ ଖାନ୍‌ଙ୍କ ସୁନ୍ଦର କଳାକୃତୀ ପ୍ରସ୍ତୁତ କରିଛନ୍ତି ଇଶ୍ୱର । ୩୫ ବର୍ଷୀୟ ଏହି ଯୁବ କଳାକାର ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। ସାଧାରଣତଃ ଲୋକମାନେ ମାଦକ ଦ୍ରବ୍ୟ ସେବନ କରି ଯେଉଁ ବୋତଲଗୁଡିକ ରାସ୍ତା ପାର୍ଶ୍ୱରେ ଫୋପାଡି ଦିଅନ୍ତି ତାକୁ ନେଇ ଜୀବନ୍ତ କରି ତୋଳନ୍ତି ଇଶ୍ବର । ଲୋକମାନେ ମଦକୁ ନେଇ ମାର୍କେଟିଂ କରୁଥିବା ବେଳେ ଇଶ୍ବର ସେଥିରେ କଳାକୃତି ତିଆରି କରନ୍ତି ଯାହାକୁ ନେଇ ଅନେକ ଆଶ୍ଚର୍ୟ୍ୟ ହେଉଥିବା ବେଳେ କିଛି ଲୋକ ଏହାର ଭିନ୍ନ ମତ ବାହାର କରନ୍ତି । କିନ୍ତୁ ଇଶ୍ୱର ଏଥିରେ ବ୍ୟଥିତ ନହୋଇ ଏହାକୁ କେବଳ କଳାଦୃଷ୍ଟିରେ ଦେଖିବାକୁ କହନ୍ତି ।

ବୋତଲ କଳା ହେଉ ବା ମାଟି, କଇଁଆ ମଞ୍ଜି, ସାବୁନ୍‌ ସମସ୍ତ କଳାକୁ ନିଜ ମ୍ୟୁଜିୟମ୍‌ରେ ସାଇତି ରଖନ୍ତି ଇଶ୍ବର । ଇଶ୍ୱରଙ୍କ ମ୍ୟୁଜିୟମ୍‌ରେ ପାଖାପାଖି ୫୦୦ ବୋତଲ କଳା, ୨୦୦ରୁ ଅଧିକ ସାବୁନ୍‌, କଇଁଆ ମଞ୍ଜି, ଚାଉଳ କଳା ସାଇତି ରଖିଛନ୍ତି । ଅନେକ କଳା ମଧ୍ୟରୁ ୨୦୦୩ରେ ଶିବ ମନ୍ଦିର କଳା ଇଶ୍ୱରଙ୍କୁ ଅନେକ ଖୁସି ଦେଇଥିଲା ।

ନିଜର କଳାକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଥିଲେ ସୁଦ୍ଧ ଅର୍ଥ ତାଙ୍କ ପାଇଁ ବାଧକ ସାଜିଛି। ନିଜର ପ୍ରତିକୃତି ପାଇଁ ଇଶ୍ୱର ମିରାକେଲ୍‌ ଓ୍ୱାଲ୍‌ର୍ଡ ରେକର୍ଡ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ଏକ୍ସିସ୍‌ ଠାରୁ ଆରମ୍ଭ କରି ଅନେକ ରେକର୍ଡର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳୁନଥିବାରୁ ସେ ନିଜର କଳାକୁ ପ୍ରଦର୍ଶିତ କରିବାରେ ସଫଳ ହେଉନାହାନ୍ତି ବୋଲି ଦୁଃଖ ପ୍ରକାଶ କରନ୍ତି ଇଶ୍ୱର।  
 

Leave a Reply

Your email address will not be published. Required fields are marked *



Comments