ଉତ୍ତର କୋରିଆର ପୁଣି ଥରେ ମିସାଇଲ ପରୀକ୍ଷା
Khabar Odisha:north-korea-test-fires-ballistic-missile-fumes-south-korean-president
ସେଲା, ମେ ୧୪(ଖବର ଓଡ଼ିଶା): ଉତ୍ତର କୋରିଆ ପୁଣି ଥରେ ରବିବାର ପଶ୍ଚିମ ଉପକୂଳରେ ମିସାଇଲ ପରୀକ୍ଷା କରିଛି । ଦକ୍ଷିଣ କୋରିଆର ସେନା ସୂଚନା ଦେଇଛି ଯେ, ଏହି ମିସାଇଲକୁ ଉତ୍ତର କୋରିଆର ପଶ୍ଚମାଂଚଳ ସହର କୁସୋଙ୍ଗ ନିକଟସ୍ଥ ସମୁଦ୍ର ତଟରେ ପରୀକ୍ଷା କରାଯାଇଛି । ସ୍ଥାନୀୟ ସମୟ ଅନୁସାରେ ସକାଳ ୫:୩୦ରେ ଏହି ମିସାଇଲକୁ ଛଡାଯାଇଥିଲା, ଯାହା ସମୁଦ୍ରରେ ପ୍ରାୟ ୭୦୦ କିଲୋମିଟର ଦୂରରେ ଯାଇ ପଡ଼ିଥିଲା । ଉତ୍ତର କୋରିଆ ଦ୍ୱାରା ପରୀକ୍ଷା କରାଯାଇଥିବା ମିସାଇଲ ପରୀକ୍ଷା ଦକ୍ଷିଣ କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ମୁନ ଜେ-ଇନଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ, ଯେ କି ପଡୋଶୀଙ୍କ ସହିତ ଆଲୋଚନା କରିବାକ କହିଥିଲେ ।

ଦକ୍ଷିଣ କୋରିଆର ସରକାରୀ ଖବର ଏଜେନ୍ସି ମୁତାବକ ରାଷ୍ଟ୍ରପତି ମୁନ ଜେ-ଇନ ଏବିଷୟରେ ଆଲେଚନା ପାଇଁ ସୁରକ୍ଷା ପରିଷଦକୁ ଡାକିଛନ୍ତି । ରାଷ୍ଟ୍ରପତି ଏହି ମିସାଇଲକୁ ଅବହେଳା ଓ ଡରାଇବା ପାଇଁ ଉତ୍ତର କୋରିଆ ପରୀକ୍ଷା କରିଛି ବୋଲି କହିଛି । ଉଲ୍ଲେଖନୀୟ ଯେ, ଉତ୍ତର କୋରିଆ ଗୋଟିଏ ବର୍ଷ ଭିତରେ ଅନେକ ଥର ମିସାଇଲ ପରୀକ୍ଷା କରିସାରିଛି । କିନ୍ତୁ ଗତ ମାସରେ ପରୀକ୍ଷା କରିଥିବା ୨ଟି ମିସାଇଲ ଫେଲ ହୋଇଥିଲା । ଲଂଚିଙ୍ଗ ପ୍ୟାଡରୁ ବାହାରିବା ମାତ୍ରେ
ମିସାଇଲ ବିସ୍ଫୋରଣ ହୋଇଥିଲା । ଉତ୍ତର କୋରିଆର ତାନାସାହି କିମ ଜଙ୍ଗ ଉନଙ୍କ ଗତିବିଧି ଦେଖିବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଥିଲେ । କିନ୍ତୁ ସେ କହିଥିଲେ କୁଟନୀତି ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ।

  • Tags:

Subscribe

National International State Sports Entertainment