ବାରଣାସୀରୁ କଲମ୍ବୋକୁ ସିଧା ବିମାନ ସେବା : ବୁଦ୍ଧ ପୂର୍ଣ୍ଣିମା ଅବସରରେ ମୋଦି
Khabar Odisha:narendra-modi-in-colombo-news
କଲମ୍ବୋ, ମେ ୧୨(ଖବର ଓଡିଶା): ନରେନ୍ଦ୍ର ମୋଦି ଶୁକ୍ରବାର ବୁଦ୍ଧ ପୂର୍ଣ୍ଣିମା ଅବସରରେ ହୋଇଥିବା ସମାରୋହରେ ବାରଣାସୀରୁ କଲମ୍ବୋକୁ ସିଧା ବିମାନ ଉଡିବାର ଘୋଷଣା କରିଛନ୍ତି । ଏହି ଉଡାଣ ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ ବୋଲି ମୋଦି ଜଣାଇଛନ୍ତି । ମୋଦି କହିଛନ୍ତି ବେସାକ୍‌ ଡେ ତଥା ବୁଦ୍ଧ ପୂର୍ଣ୍ଣିମା ବୌଦ୍ଧ ଧର୍ମର ଏକ ବଡ ପର୍ବ । ଶ୍ରୀଲଙ୍କା ସହ ଆମର ପୁରୁଣା ସମ୍ପର୍କ । ଭାରତରୁ ହିଁ  ବୌଦ୍ଧ ଧର୍ମ ଶ୍ରୀଲଙ୍କାରେ ପହଞ୍ଚିଛି । 
 
ମୋଦି କହିଛନ୍ତି ଭାରତ ବୁଦ୍ଧଙ୍କ ମାଟି । ବୁଦ୍ଧଙ୍କ ସମୟରୁ ହିଁ ଭାରତ ଶ୍ରୀଲଙ୍କା ମଧ୍ୟରେ ବନ୍ଧୁତ୍ୱ ହୋଇଥିଲା । ଭାରତ ଶ୍ରୀଲଙ୍କାର ଅର୍ଥନୈତିକ ବିକାଶ ପାଇଁ ପ୍ରତିବଦ୍ଧ । ଭାରତରୁ ସମ୍ରାଟ ଅଶୋକଙ୍କ ପୁତ୍ର କନ୍ୟା ବୌଦ୍ଧ ଧର୍ମକୁ ଶ୍ରୀଲଙ୍କା ଆଣିଥିଲେ । ଆଉ ମୁଁ ବୁଦ୍ଧଙ୍କ ମାଟିର କୋଟି କୋଟି ଲୋକଙ୍କ ଶୁଭକାମନା ନେଇ ଆସିଛି ବୋଲି ମୋଦି କହିଥିଲେ।  ଏହି ଅବସରରେ ମୋଦି କଲମ୍ବୋରୁ ବାରଣାସୀକୁ ସିଧାସଳଖ ବିମାନ ଚାଲିବାର ଘୋଷଣା କରିଛନ୍ତି । ଯାହା ଫଳରେ ଶ୍ରୀଲଙ୍କା ସହ ଭଲ ସମ୍ପର୍କ ଯୋଡି ହେବ ଓ ତାମିଲ ଲୋକ ମଧ୍ୟ କାଶୀ ବିଶ୍ୱନାଥ ମନ୍ଦିର ଯାଇପାରିବେ ।
 
ମୋଦି କହିଛନ୍ତି ଆତଙ୍କବାଦ ଓ ଘୃଣା ବଢ଼ିବାରେ ଲାଗିଲାଣି । ଯାହାଦ୍ୱାରା ଆଲୋଚନାର ରାସ୍ତା ବନ୍ଦ ହେବାକୁ ଲାଗିଲାଣି । ଆଉ ମୋର ଭରସା ଅଛି କି ବୁଦ୍ଧଙ୍କ ଶାନ୍ତି ମାର୍ଗ ନିଶ୍ଚୟ ଦୁନିଆରେ ବଢ଼ୁଥିବା ହିଂସାକୁ ରୋକିବାରେ ସମର୍ଥ ହୋଇ ପାରିବ । ଏହି ସମାରୋହରେ ମୋତେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିବାରୁ ମୁଁ ଶ୍ରୀଲଙ୍କାର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଜନତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ବୋଲି ମୋଦି କହିଥିଲେ ।
  • Tags:

Subscribe

National International State Sports Entertainment