ଆଉଟ୍‌ ହାଉସ୍‌ ଭାଙ୍ଗିବା ବେଳେ ମିଳିଲା ଅଦ୍ଭୁତ ଜୀବର ମମ୍ମି
Khabar Odisha:homeowner-finds-mummified-cat
ଇଂଲଣ୍ଡ, ମେ ୧୧(ଖବର ଓଡିଶା): ଇଂଲଣ୍ଡର ବିଗାନ୍‌ ଠାରେ ଏଡମ୍‌ ବାଇଟ୍‌ ନାମକ ଜଣେ ବ୍ୟକ୍ତି ନିଜ ବଗିଚା ପାଖ ଘର ସଫା କରୁଥିଲେ । ଏହି ସମୟରେ ତାଙ୍କ ଦୃଷ୍ଟି ଏକ ଅଜବ ଜୀବ ଉପରେ ପଡିଲା । ଯାହା ଏକପ୍ରକାର ଜୀବର ଶବ ତଥା ମମ୍ମି ଥିଲା । ମମ୍ମିଟି ପ୍ରାୟ ୩୦ ବର୍ଷ ତଳର ହେବ ବୋଲି ଏଡମ୍‌ କହିଛନ୍ତି । ଏହି ମମ୍ମିଟି ଏକ ଅନ୍ୟପ୍ରଜାତି ବିଲେଇର ବୋଲି ଅନୁମାନ କରାଯାଉଛି ।  ଉକ୍ତ ମମ୍ମିର ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ ଏଡମ୍‌ ।
 
ଘର ବିସ୍ତାର କରିବା ଯୋଜନାରେ ଏଡମ୍‌ ନିଜ ଆଉଟ୍‌ ହାଉସ୍‌ ଛାତ ଭାଙ୍ଗୁଥିଲେ । ସେହି ସମୟରେ ତାଙ୍କ ଦୃଷ୍ଟି ପଥର ମଧ୍ୟରେ ଥିବା ଏକ ଅଦ୍ଭୁତ ଜୀବ ଉପରେ ପଡିଲା । ଯାହାର ମୃତ୍ୟୁ ହେବା ପରେ ସେ ମମ୍ମିରେ ପରିଣତ ହୋଇ ଭୟଙ୍କର ଦିଶୁଥିଲା । ଏଡମ୍‌ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଲେଖିଥିଲେ କି ମୁଁ ଭାବୁଛି ବହୁ ବର୍ଷ ଧରି ଜୀବଟି ଏଠାରେ ରହୁଥିଲା ।
 
ଜୀବଟିର ମମ୍ମିକୁ ହଠାତ୍‌ ଦେଖି ମୁଁ ଡରି ଯାଇଥିଲି ବୋଲି କହିଥିଲେ ଏଡମ୍‌ । ସେ ଏଠାକୁ କେମିତି ଆସିଲା ଓ ତାର ମୃତ୍ୟୁ କିପରି ହେଲା କିଛି ବୁଝି ହେଉନି ବୋଲି ଏଡମ୍‌ ଜଣାଇଥିଲେ । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ମମ୍ମିକୁ ନେଇ ବିଭିନ୍ନ ପ୍ରତିକ୍ରିୟାମାନ ଲୋକ ଦେଉଛନ୍ତି । ଏଡ୍‌ମର କହିଛନ୍ତି ଏକ ସନ୍ଧାନକାରୀ ଦଳ ଏହା ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି ।
  • Tags:

Subscribe

National International State Sports Entertainment