ଆଜି ବିଶ୍ୱ ମାତୃତ୍ୱ ଦିବସ: ବାଲୁକା କଳା ସହ ପଥୋତ୍ସବରେ ଝଲକିଲା ମା’ଙ୍କ ପ୍ରେମର ଝଲକ
Khabar Odisha:Today-is-world-mothers-Day
ଭୁବନେଶ୍ୱର, ମଇ୧୪(ଖବର ଓଡ଼ିଶା): ଆଜି ହେଉଛି ବିଶ୍ୱ ମାତୃତ୍ୱ ଦିବସ। ପ୍ରତିଟି ଜୀବନରେ ମାଙ୍କର ଅତୁଳନୀୟ ଅବଦାନକୁ ମନେପକାଇବା ପାଇଁ ଆଜିର ଦିନଟିକୁ ତାଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି। ମାଟିଏ ଗର୍ଭରେ ନିଜ ସନ୍ତାନକୁ ଧରିବା ଦିନଠାରୁ ତାକୁ ମଣିଷଟିଏ କରି ସମାଜରେ ଛିଡ଼ା କରିବା ପର୍ୟ୍ୟନ୍ତ ନିଜ ଜୀବନକୁ ଜଳାଞ୍ଜଳୀ ଦେବାକୁ ପଛାଇ ନଥାଏ। ବାସ୍ତବରେ ଯଦି ଗୋଟିଏ ସଜ୍ଞା ଦେବାକୁ ଚାହିଁବା ତେବେ ତାଙ୍କୁ ଭଗବାନଙ୍କ ଦୂତ ବୋଲି କହିପାରିବା। ତେବେ ଆଜି ଏହି ମାତୃତ୍ୱ ଦିବସ ଉପଲକ୍ଷେ ଖବର ଓଡ଼ିଶା ପରିବାର ତରଫରୁ ଓଡ଼ିଶାର ପ୍ରତିଟି ମାଙ୍କୁ ଭକ୍ତିପୁତ ପ୍ରଣାମ ସହ ଅନେକ ଅନେକ ଶୁଭେଚ୍ଛା।
 
ଯଦି ପ୍ରତ୍ୟେକ ମଣିଷ ଥରୁଟିଏ ପାଇଁ କେବେ ନିଜର ମାକୁ ଭଲପାଆନ୍ତି ବୋଲି କହିଥିବା କଥା ମନେପକାନ୍ତି ତେବେ ହୁଏତ କହିପାରିବେ ବହୁତ ଦିନ ପୂର୍ବେ ଅଥବା କେବେ ବି ନୁହେଁ। ଏଥିପାଇଁ ଏହି ଦିବସଟିର ପ୍ରମୁଖତା ରହିଛି। ଗୋଟିଏ ଦିନ ଯଥେଷ୍ଟ ନହେଲେ ବି ଏହା ମନେପକାଇ ଦେଇଥାଏ ମାର ଭଲପାଇବାକୁ, ତ୍ୟାଗକୁ। ବିଶ୍ୱରେ ଏହାକୁ ପ୍ରତି ବର୍ଷ ସ୍ନେହ ଏବଂ ଆଦରର ସହ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମେ୧୪ରେ ପାଳନ କରାଯାଉଛି।
 
ପ୍ରଥମେ ଆମେରିକାରୁ ସୃଷ୍ଟ ହୋଇଥିବା ଏହି ଦିବସ ଧିରେ ଧିରେ ବେଶ ଆଦୃତ ହେବାରେ ଲାଗିଛି। ଆଜିର ଦିବସଟିକୁ ସ୍ମରଣୀୟ କରି ପାଳନ କରିବା ପାଇଁ ଯୁବପିଢ଼ୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଉଛି। ଭୁବନେଶ୍ୱରରେ ପାଳିତ ହେଉଥିବା ପଥୋତ୍ସବରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। ମାତୃତ୍ୱ ଦିବସରେ ଅନେକ ଗୁରୁତ୍ୱପୁର୍ଣ୍ଣ ବାର୍ତ୍ତା ସହ ପଥୋତ୍ସବର ମଜା ଉଠାଇଛନ୍ତି ରାଜଧାନୀବାସିନ୍ଦା। ୧୮ ବର୍ଷରୁ କମ୍‌ ବୟସରେ ପାଲଟୁଥିବା ମାମାନଙ୍କ ଉପରେ ରୋକ ଲାଗିବା ଉଚିତ୍‌ ବୋଲି ଏଥିରେ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଇଛି।
 
ପୁରୀର ବେଳାଭୁମିରେ ବାଲୁକା ଶିଳ୍ପୀ ମାନସ ସାହୁ ମାଙ୍କ ସହ ଶିଶୁମାନଙ୍କ ସଂମ୍ପର୍କକୁ ନେଇ ଏକ ବାଲୁକାକଳା ନିର୍ମାଣ କରିଛନ୍ତି।  
  • Tags:

Subscribe

National International State Sports Entertainment