ମୋଦୀ ପ୍ରଭାବ: ଚୀନକୁ ଝଟକା ଦେଲା ଶ୍ରୀଲଙ୍କା, କଲମ୍ବୋରେ ବୁଡ଼ାଜାହାଜ ରଖିବାକୁ ଚୀନର ଅପିଲକୁ କଲା ଖାରଜ
Khabar Odisha:Sri-lanka-refuses-permission-of-china-to-dock-its-submarine-colombo-port-sources
କଲମ୍ବୋ,ମେ୧୧(ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ଏହାର ପ୍ରଭାବ ପ୍ରଥମରୁ  ଦେଖିବାକୁ ମିଳିଛି। ଶ୍ରୀଲଙ୍କା ଏବେ ଚୀନକୁ ଝଟକା ଦେଇଛି। ଚୀନର ଏକ ବୁଡ଼ାଜାହାଜକୁ କଲମ୍ବୋ ବନ୍ଦରରେ ରଖିବାକୁ ଚୀନର ଅପିଲକୁ ଶ୍ରୀଲଙ୍କା ଖାରଜ କରିଦେଇଛି। ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ପହଞ୍ଚିବା ପରେ ସରକାରର ୨ ଵରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ୨୦୧୪  ଅକ୍ଟୋବରରେ ଅନ୍ତିମ ଥର ଚୀନକୁ ତାର ବୁଡ଼ାଜାହାଜକୁ କଲମ୍ବୋ ବନ୍ଦରରେ ରଖିବାକୁ ଅନୁମତି ଦେଇଥିଲା। ଯାହାକୁ ଭାରତ କଡ଼ା ବିରୋଧ କରିଥିଲା।
 
ଶ୍ରୀଲଙ୍କା ସରକାରର ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କଲମ୍ବୋ ଚୀନର ଏକ ବୁଡ଼ାଜାହାଜକୁ ବନ୍ଦରରେ ରଖିବାକୁ ଚୀନର ଅପିଲକୁ ଖାରଜ କରିଛି। ସେ କହିଛନ୍ତି ଯେ ଶ୍ରୀଲଙ୍କା ଚୀନର ବୁଡ଼ାଜାହାକୁ କୌଣସି ସମୟରେ ମଧ୍ୟ କଲମ୍ବୋରେ ରଖିବାକୁ ଚୀନର ଅପିଲ ସହ ସହମତି ହେବ ନାହିଁ। ଏହି ମାମଲାରେ ଅଧିକାରୀ ଭାରତର ଚିନ୍ତାକୁ ଉପରେ ମଧ୍ୟ ଗୁରୁତ୍ଵ ଦେଇଛନ୍ତି। ଏହି ମାମଲାର ସମ୍ବେଦନାଶୀଳତାକୁ ଦୃଷ୍ଟିରେ ରଖି  ଅଧିକାରୀ ନିଜର ନାମକୁ ଗୋପନୀୟ ରଖିଛନ୍ତି।
 
ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଅଧିକାରୀ ଚୀନର ବୁଡ଼ାଜାହାଜକୁ କଲମ୍ବୋ ଡାକୟାର୍ଡରେ ରଖିବାକୁ ଚୀନ କରିଥିବା ଅପିଲକୁ ଖାରଜ କରିଥିବା କହିଛନ୍ତି। ସେ କହିଛନ୍ତି ଯେ କିଛି ଦିନ ପୂର୍ବେ ମେ ୧୬ରେ ଚୀନ ନିଜର ବୁଡ଼ାଜାହାଜକୁ କଲମ୍ବୋ ବନ୍ଦରରେ ରଖିବାକୁ ଅନୁମତି ମାଗିଥିଲେ। ମାତ୍ର ଶ୍ରୀଲଙ୍କା ଏହାକୁ  ଖାରଜ କରିଦେଇଛି। 
  • Tags:

Subscribe

National International State Sports Entertainment