ପାକିସ୍ତାନ ମାନିଲା, ଜିହାଦ ନାମରେ ଆତଙ୍କବାଦୀ ସୃଷ୍ଟି କରୁଛି ହାଫିଜ ସଇଦ
Khabar Odisha:Pakistan-admitted-hafiz-saeed-spreading-terrorism-in-name-of-jihad

ଲାହୋର,ମେ୧୪(ଖବର ଓଡ଼ିଶା): ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ ଉଦ ଦାଓ୍ଵାର ମୁଖ୍ୟ ହାଫିଜ ସଇଦକୁ ନେଇ ପାକିସ୍ତାନ ସର୍ବସାଧାରଣରେ ସ୍ଵୀକାର କରିଛି ଯେ ହାଫିଜ ସଇଦ ଜିହାଦ ନାମରେ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଛି। ସଇଦ ଓ ତାର ସାଥୀଙ୍କ ଗୃହବନ୍ଦୀକୁ  ନେଇ ଶନିବାର ହୋଇଥିଵା ଶୁଣାଣିରେ ପାକିସ୍ତାନ ଗୃହ ମନ୍ତ୍ରାଳୟର ଜୁଡିସିୟାଲ ରିଭ୍ୟୁ ବୋର୍ଡ ଏହା ସ୍ଵୀକାର କରିଛି।

ଶନିବାର ହୋଇଥିବା ଏହି ଶୁଣାଣିରେ ସଇଦ ବୋର୍ଡକୁ କହିଛି ଯେ କାଶ୍ମୀରଙ୍କ ହକ ପାଇଁ ସ୍ଵର ଉଠାଇାବାରୁ  ପାକିସ୍ତାନ ସରକାର ତାଙ୍କୁ ଗୃହବନ୍ଦୀ କରିଛି। ମାତ୍ର ମନ୍ତ୍ରାଳୟ ସଇଦର ଏହି ବୟାନକୁ ଖଣ୍ଡନ କରି କହିଛି ଯେ ସଇଦ ଓ ତାର ୪ ସାଥୀ ଜିହାଦ ନାମରେ ଆତଙ୍କବାଦୀ ସୃଷ୍ଟି  କରୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ସଇଦକୁ ଗୃହବନ୍ଦୀ କରାଯାଇଛି।

ତିନି ସଦସ୍ୟକୁ ନେଇ ଗଠିତ ବୋର୍ଡରେ ସୁପ୍ରମିକୋର୍ଟ ଜଜ ଏଜାଜ ଅଫଜଲ ଖାନ, ଲାହୋର ହାଇକୋର୍ଟର ଜଜ ଆୟଶା ଏ ମଲିକ ଓ ବଲୁଚିସ୍ତାନ ହୋଇକୋର୍ଟର ଜଜ ଜମାଲ ଖାନ ସାମିଲ ଅଛନ୍ତି। ଯେଉଁମାନେ  ମେ ୧୫କୁ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ସଇଦ ଓ ତାର ଚାର ସାଥୀ ଜଫର ଇକବାଲ, ଅବଦୁଲ ରହମାନ ଆବିଦ, ଅବଦୁଲ୍ଲାହ ଆବିଦ, ଅବଦୁଲ୍ଲାହ ଉବୈଦ ଓ କାଜି କଶୀଫ ନିୟାଜଙ୍କୁ ଗୃହବନ୍ଦୀ କରିବା ସମ୍ବନ୍ଧୀ ସମସ୍ତ ତଥ୍ୟ ପ୍ରଦାନ କରିବେ। ବୋର୍ଡ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥିତ ରହିବାକୁ ଆଟର୍ଣ୍ଣି ଜେନେରାଲଙ୍କୁ ମଧ୍ୟ ହାଜର ହେବାକୁ ଆଦେଶ ଦେଇଛନ୍ତି। 

  • Tags:

Subscribe

National International State Sports Entertainment