ପତିଆରା ପାଇଁ ଲଢ଼େଇ: ବିକଶିତ ଦକ୍ଷିଣ କୋରିଆ ଆଗରେ ଗରିବୀ ଉତ୍ତର କୋରିଆ
Khabar Odisha:Difference-between-North-Korea-and-South-Korea
ସିଓଲ, ମେ ୦୯(ଖବର ଓଡ଼ିଶା): ପତିଆରାକୁ ନେଇ କିଛି ଦିନ ହେଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ଲାଗି ରହୁଛି । ପରିସ୍ଥିତି ଏଭଳି ସ୍ଥିତିରେ ପହଞ୍ଚିଛି ଯେ, କେତେବେଳେ ବି ହୋଇପାରେ ତୃତୀୟ ବିଶ୍ୱ ଯୁଦ୍ଧ । ଆମେରିକା ଓ ଜାପାନ ଭଳି ଦେଶ ଦକ୍ଷିଣ କୋରିଆକୁ ସହଯୋଗ କରୁଥିବା ବେଳେ ଉତ୍ତର କୋରିଆକୁ ସହଯୋଗ କରିବାକୁ ଚୀନ ଓ ରୁଷିଆ ହାତ ବଢ଼ାଇଛନ୍ତି । କୋରିଆରେ ଯୁଦ୍ଧ ପରିସ୍ଥିତି ଆଜିର ଘଟଣା ନୁହେଁ, ୬୯ ବର୍ଷ ପୂର୍ବରୁ ଉଭୟ ଦେଶ ମଧ୍ୟରେ ବିବାଦ ଓ ଅଶାନ୍ତି ଲାଗିି ରହିଛି । ୧୯୪୮ରେ କୋରିଆ ୨ଟି ଦେଶରେ ଭାଗ ହେଲା ପରେ ଗୋଟିଏ  ଦେଶ ଅନ୍ୟ ପାଇଁ ଶତ୍ରୁ ଭଳି ଉଭା ହୋଇଛନ୍ତି । ସ୍ଥିର ଓ ଶାନ୍ତ ପରିବେଶ  ମଧ୍ୟରେ ଦକ୍ଷିଣ କୋରିଆ ବିକାଶକୁ ନେଇ କାମ କରୁଥିବାବେଳେ, ଉତ୍ତର କୋରିଆ କେବଳ ଯୁଦ୍ଧ ଓ ଅସ୍ତ୍ର-ଶସ୍ତ୍ର ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛି । ଏଥି ପାଇଁ ଉତ୍ତର କୋରିଆରେ ଲୋକେ ଆଜି ବି ଅଧିକାଂଶ ଗରିବୀ ସୀମାରେଖା ତଳେ ରହିଥିବାର ପରିଲକ୍ଷିତ ହୋଇଛି । ବିକାଶ ମାମଲାରେ ଉଭୟ ଦେଶକୁ ଯଦି ତୁଳନା କରାଯିବ ଆକାଶ ଓ ପାତାଳ ଭଳି ଲାଗିବ । ଉତ୍ତର କୋରିଆରେ ତାନାସାହି ଶାସନର ଜନ୍ମ ହୋଇଛି, ଯେଉଁଥି ପାଇଁ ଏହି ଦେଶ ବିକାଶ କାମକୁ ସେତେ ଗୁରୁତ୍ୱ ଦେଉ ନାହିଁ ।

ସଂକ୍ଷେପରେ ଉତ୍ତର କୋରିଆ:
-ଶୀତଳ ଯୁଦ୍ଧ ପରେ ୧୯୪୮ରେ ଉତ୍ତର ଓ ଦକ୍ଷିଣ କୋରିଆ ୨ଭାଗରେ ବିଭକ୍ତ ହୋଇଥିଲା ।
-ଉତ୍ତର କୋରିଆରେ ତାନାସାହି କିମ୍ ଇଲ-ସୁଙ୍ଗ କ୍ଷମତାକୁ ଆସିଥିଲେ । କିମ୍ ଜଙ୍ଗଙ୍କୁ ବିଶ୍ୱରେ ଅଧିକ ରାଷ୍ଟ୍ର ବିରୋଧ କରୁଥିଲେ ।
-ସମଗ୍ର ବିଶ୍ୱ ବିରୋଧ କରୁଥିବା ଯୋଗୁଁ ଉତ୍ତର କୋରିଆକୁ ଅନ୍ୟ ରାଷ୍ଟ୍ରମାନେ ସହଯୋଗ କରିବାକୁ ମନ ବଳାନ୍ତି ନାହିଁ ।
-ଅନ୍ୟ ଦେଶମାନଙ୍କର ସହଯୋଗ ନ ମିଳିବାରୁ ଉତ୍ତର କୋରିଆ ସେବେଠାରୁ ଅସ୍ତ୍ର-ଶସ୍ତ୍ରକୁ ଅଧିକ ଗୁରୁତ୍ୱ ଦେଇ ଆସୁଛି ।
-ଆମେରିକା ଓ ସଂଯୁକ୍ତ ରାଷ୍ଟ୍ରର ସହଯୋଗ ନ ମିଳିବାରୁ ଉତ୍ତର କୋରିଆର ଆର୍ଥିକ ସ୍ଥିତି ଖରାପ ଗତି ଦେଇ ଚାଲିଛି ।
-ଏହି ଦେଶରେ ପରିବହନରେ ୫୦ ବର୍ଷ ଆଗରୁ ତିଆରି ହୋଇଥିବା ବସରେ ଲୋକେ ଯିବା ଆସିବା କରୁଛନ୍ତି ।


ଦ. କୋରିଆ ସଂପର୍କରେ କିଛି ତଥ୍ୟ:

-ଯୁଦ୍ଧ ବିରୋଧି ଦକ୍ଷିଣ କୋରିଆ ସବୁବେଳେ ବିକାଶକୁ ଗୁରୁତ୍ୱ ଦେଇ ଆସୁଛି ।
-ଦକ୍ଷିଣ କୋରିଆର ଶାନ୍ତ ସ୍ୱଭାବ ପ୍ରବୃତ୍ତି ଯୋଗୁଁ ସମଗ୍ର ବିଶ୍ୱରୁ ସହଯୋଗ ମିଳିଥାଏ ।
-ବିକିଶିତ ଦେଶମାନଙ୍କର ତାଲିକାରେ ଦକ୍ଷିଣ କୋରିଆକୁ ସାମଲି କରାଯାଇଥାଏ ।
-ଦକ୍ଷିଣ କୋରିଆ ଏକ ଅତ୍ୟାଧୁନିକ ସଭ୍ୟତାରେ ଗଣତି ହେଇଛି ।
-ଏ ଦେଶ ଯାତାୟତ ବ୍ୟବସ୍ଥାରେ ଅନ୍ୟ ଦେଶ ଭଳି ପରିବର୍ତ୍ତନ ଆଣିଛି । ମେଟ୍ରୋ ଟ୍ରେନ୍ରେ ଲୋକେ ଯିବା-ଆସିବା କରନ୍ତି ।
-ଇଲେକଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ କରି ବିଶ୍ୱର ଅଧିକାଂଶ ରାଷ୍ଟ୍ରକୁ ରପ୍ତାନୀ କରୁଛି ଦକ୍ଷିଣ କୋରିଆ ।



 

  • Tags:

Subscribe

National International State Sports Entertainment