ବଲୁଚିସ୍ତାନରେ ଶକ୍ତିଶାଳୀ ବୋମା ବିସ୍ଫୋରଣ: ୨୦ ମୃତ, ୩୫ ଆହତ
Khabar Odisha:Blast-inBaluchistan20killed-35-injured

ବଲୁଚିସ୍ତାନ,ମେ୧୨(ଖବର ଓଡ଼ିଶା): ପାକିସ୍ତାନର ବଲୁଚସ୍ତାନରେ ନମାଜ ସମୟରେ  ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି। ଏଥରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣଙ୍କ ଅଵସ୍ଥା ସଂକଟାପନ୍ନ ଅଛି। ଏହି ଧମାକା ମସ୍ତୁଙ୍ଗ ସିନେଟର ଡିପ୍ଟି ଚେୟାରମ୍ୟାନ ମୌଲାମା ଅବଦୁଲ ଗଫୁର ହେଦରୀଙ୍କ ଯାତ୍ରାକୁ ଲକ୍ଷ୍ୟ କରି କରାଯାଇଥିବା ଜଣାପଡ଼ିଛି। ବିସ୍ଫୋରଣରେ ହେଦରୀ ମଧ୍ୟ ଆହତ ହୋଇଛନ୍ତି।

ସ୍ଥାନୀୟ ମିଡିଆ ମୁତାଵିକ ହେଦରୀ ଯେତେବେଳେ ନିଜ ସାଥୀଙ୍କ ସହ ମସଜିଦରୁ ବାହାରୁ ଥିଲେ ସେହି ସମୟରେ ଏହି ବୋମା ବିସ୍ଫୋରଣ ଘଟିଥିଲା। ଘଟଣା ପରେ ପୋଲିସ ଓ ସୀମାନ୍ତ ବଳ ଯବାନ ଓ ଅଫିସର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯବାନ ଇଲାକାକୁ ଘେରିଯାଇ ଯାଞ୍ଚ ଆରମ୍ଭ  କରିଛି। ଆହତଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସର କହିବା କଥା ବିସ୍ଫୋରଣର ତୀବ୍ରତା ଏତେ ଜୋର ଥିଲା ଯେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା।

ଅନ୍ୟ ପକ୍ଷରେ ମୌଲାନା ଅବଦୁଲ ଗଫୁରଙ୍କୁ  କ୍ଵେଟା ହସ୍ପିଟାରେ ଭର୍ତ୍ତି କରାଯାଇଛି। ପାକିସ୍ତାନ ଗୃହମନ୍ତ୍ରୀ ଚୌଧୁରୀ ନିସାର ବିସ୍ଫୋରଣ ହୋଇଥିବା ନେଇ ସୂଚନା ଦେବା ସହ ଏହାର ରିପୋର୍ଟ ଦେବାକୁ ବଲୁଚିସ୍ତାନ ପୋଲିସକୁ କହିଛନ୍ତି।

  • Tags:

Subscribe

National International State Sports Entertainment