ଆସନ୍ତା ୨୯ରୁ ରାଜ୍ୟରେ ଆରମ୍ଭ ହେବ ମିଜେଲ୍ସ ରୁବେଲା ଟୀକାକରଣ, ଟୀକା ନେବେ ୧କୋଟି ୨୪ ଲକ୍ଷ ପିଲା
Khabar Odisha:Mijelles-Rubela--tikakarana--Odisha

ଭୁବନେଶ୍ୱର, ଜାନୁଆରୀ ୧୫(ଖବର ଓଡ଼ିଶା): ଆଜି ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ପରେ ମିଜେଲ୍ସ ରୁବେଲା ଟୀକାକରଣ ନେଇ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ସୂଚନା ଦେଇଛନ୍ତି । ମିଳିମିଳାକୁ ରୋକିବା ପାଇଁ ଆସନ୍ତା ୨୯ ତାରିଖରୁ ରାଜ୍ୟରେ ମିଜେଲ୍ସ ରୁବେଲା ଟୀକାକରଣ ଆରମ୍ଭ ହେବ। ଏହି ଟୀକାକରଣ ୯ ମାସରୁ ୧୫ ବର୍ଷ ପିଲାଙ୍କୁ ଦିଆଯିବା ସହ ୫ ସପ୍ତାହ ଧରି ଟୀକାକରଣ ଚାଲିବା ନେଇ ଶ୍ରୀ ମେହେର୍ଦ୍ଦା ସୂଚନା ଦେଇଛନ୍ତି ।   

ପ୍ରଥମ ଦୁଇ ସପ୍ତାହ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟରେ ଟୀକାକରଣ କରାଯିବ । ତା’ପର ଦୁଇ ସପ୍ତାହ ଗାଁକୁ ଗାଁ ବୁଲି ଟୀକାକରଣ କରାଯିବ ଓ ଶେଷ ସପ୍ତାହରେ ଟୀକା ନେଇ ନ ଥିବା ପିଲାଙ୍କୁ ଚିହ୍ନଟ କରି ଟୀକାକରଣ କରାଯିବା ନେଇ ଶ୍ରୀ ମେହେର୍ଦ୍ଦା ପ୍ରକାଶ କରିଛନ୍ତି। ବାଲେଶ୍ୱର, କଟକ, ଢେଙ୍କାନାଳ, ଗଂଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଦା, କୋରାପୁଟ, ନବରଙ୍ଗପୁର, ପୁରୀ, ରାୟଗଡା, ସୋନପୁର ଓ ସୁନ୍ଦରଗଡ଼ରେ ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ ହେବ। ୧୫ ବର୍ଷ ବୟସ ମଧ୍ୟରେ ଥିବା ସବୁ ପିଲାଙ୍କୁ ଏହି ଟିକା ଦିଆଯିବ। 

 

  • Tags:

Subscribe

National International State Sports Entertainment