‘ନମୋ’ଙ୍କ ବାୟୋପିକ୍‌ରେ ନଜର ଆସିବେ ପରେଶ ରାୱଲ
Khabar Odisha:paresh-Rawal-will-do-biopic-of-modi
ମୁମ୍ୱାଇ, ମଇ୧୨(ଖବର ଓଡ଼ିଶା): ବଲିଉଡ଼ରେ ଆଜିକାଲି ବାୟୋପିକ୍‌କୁ ନେଇ କ୍ରେଜ ବଢ଼ିବାକୁ ଲାଗିଛି। ଲୋକପ୍ରୀୟ ମଣିଷ ମାନଙ୍କୁ ନେଇ ଗଢ଼ି ଉଠୁଛି ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନ କାହାଣୀ ଉପରେ ନିର୍ଦ୍ଦେଶକଙ୍କ ନଜର ପଡ଼ିଛି। ତେବେ ଏହାକୁ ନେଇ ଏବେ ଏକ ବଡ଼ ଧରଣର ଖୁଲାସା ହୋଇଛି। ଏଥିରେ ବଲିଉଡ଼ର ଜଣେ କିମ୍ୱଦନ୍ତୀ ଅଭିନେତା ପରେଶ ରାୱଲ ଅଭିନୟ କରିବାକୁ ଯାଉଛନ୍ତି।
 
ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ହେଉଛନ୍ତି ପରେଶ ରାୱଲ। ସେ ଅନେକ ସ୍ଥାନରେ ମୋଦିଙ୍କର ସମର୍ଥନ ମଧ୍ୟ କରି ଆସିଛନ୍ତି। ତେଣୁ ତାଙ୍କୁ ମୋଦିଙ୍କ ପାଖ ଲୋକ ବୋଲି କୁହାଯାଏ। ସେ ନରେନ୍ଦ୍ର ମୋଦିଙ୍କର ଭୁମିକା କରିବା ନିଜର ଅଭିନୟ କ୍ୟାରିଅରରେ ଏକ ନିର୍ଣ୍ଣାୟକ ଏବଂ ନିଆରା ଛାପ ଛାଡ଼ିବ ବୋଲି ପ୍ରକାଶ କରିଛନ୍ତି।
 
 

 

 

ତେବେ ଅହମଦାବାଦରୁ ବିଜେପିର ସାଂସଦ ରହିଆସୁଥିବା ପରେଶ ଏକଦା ମୋଦିଙ୍କ ତୁଳନା ରାମଙ୍କ ସହ କରିଥିଲେ। ୨୦୧୪ରେ ତାଙ୍କର ଜିତ୍‌ ସମୁଦ୍ରରେ ରାମ ନାମକୁ ଧରି ପାର ହେବା ପରି ହୋଇଛି ବୋଲି ସେ ପ୍ରକାଶ କରିଥିଲେ।
 
ଗୁଜୁରାଟର ମୁଳ ବାସିନ୍ଦା ଥିବା ପରେଶ ରାୱଲ ଚଳଚିତ୍ର ସହ ଥିଏଟରରେ ମଧ୍ୟ ବେଶ ସକ୍ରୀୟ। ମାତ୍ର ମୋଦିଙ୍କ ଜୀବନୀକୁ ସେ କିପରି ପରଦା ଉପରେ ବଖାଣୁଛନ୍ତି ତାହା ନିଶ୍ଚିତ ଭାବେ ସମସ୍ତଙ୍କୁ ଅପେକ୍ଷା ରହିବ ବୋଲି କହିପାରିବା।
  • Tags:

Subscribe

National International State Sports Entertainment