ଜଷ୍ଟିନ୍‌ ବିବର୍‌ଙ୍କ ରକିଂ କନ୍‌ସର୍ଟ, ୯୦ ମିନିଟ୍‌ରେ ୨୧ଟି ଗୀତରେ କଲେ ପର୍‌ଫର୍ମ
Khabar Odisha:justin-bieber-concert-live-in-mumbai
ମୁମ୍ବାଇ, ମେ ୧୧(ଖବର ଓଡିଶା): ୨୩ ବର୍ଷୀୟ ଆର୍ନ୍ତଜାତୀୟ ପପ୍‌ଷ୍ଟାର ଜଷ୍ଟିନ୍‌ ବିବର ମୁମ୍ବାଇର ଡିବାଇ ପାଟିଲ ଷ୍ଟାଡିୟମ୍‌ ଠାରେ ୨୧ଟି ଗୀତରେ ପର୍‌ଫର୍ମ କରିଛନ୍ତି। ତାଙ୍କ ଏହି କନ୍‌ସର୍ଟ ଅବସରରେ ସେ କହିଥିଲେ କି ଭାରତ ସବୁଠାରୁ ବେଶି କୁଲ୍‌ ଓ ଏହି ରାତି ମୋ ପାଇଁ ସବୁଠାରୁ ସୁନ୍ଦର । ବିବରଙ୍କ ପର୍‌ଫର୍‌ମାନ୍ସ ଦେଖିବାକୁ ବଲିଉଡ୍‌ର ବହୁ ନାମୀଦାମୀ କଳାକାରମାନେ ମଧ୍ୟ ପହଞ୍ଚିଥିଲେ । ହୈରିପଟର୍‌ର ଅଭିନେତ୍ରୀ ଏଲାରିକା ଜନ୍‌ସନ୍‌ ଏହି କନ୍‌ସର୍ଟର ହୋଷ୍ଟ କରିଥିଲେ । ଓ୍ୱାଲ୍‌ର୍ଡ ଟୁର୍‌ ମାଧ୍ୟମରେ ଜଷ୍ଟିନ୍‌ ନିଜ ଆଲ୍‌ବମ୍‌ ପର୍ପଜର ପ୍ରମୋଶନ୍‌ କରିବାକୁ ବାହାରିଛନ୍ତି । ମୁମ୍ବାଇରେ ଜଷ୍ଟିନ୍‌ଙ୍କ ଶୋ ଦେଖିବାକୁ ପ୍ରାୟ ୪୫ ହଜାର ଲୋକ ଆସିଥିଲେ ।
 
ଜଷ୍ଟିନ୍‌ ଆଲ୍‌ବମ୍‌ ପର୍ପଜ ଛଡା ସରି, ହ୍ୱାଟ୍‌ ଡୁ ୟୁ ମିନ୍‌, ଲାଇଫ୍‌ ଇଜ୍‌ ବର୍ଥ ଲିବିଙ୍ଗ, ବେବି, ଲେଟ୍‌ ମି ଲବ୍‌ ୟୁ, ଚିଲ୍‌ଡ୍ରେନ୍‌, ନୋ ପ୍ରେଶର, ହୋଲ୍‌ଡ ଟାଇଟ, ନୋ ସେନ୍ସ, କମ୍ପାନି, ଆଇ ଉଇଲ୍ ଶୋ ୟୁ, କୋଲ୍‌ଡ ଓ୍ୱାଟର ଆଦି ଗୀତରେ  ପର୍‌ଫର୍ମ କରିଥିଲେ । ଭାରତରେ ଜଷ୍ଟିନ୍‌ଙ୍କର ଏହା ପ୍ରଥମ କନ୍‌ସର୍ଟ ଥିଲା । ଜଷ୍ଟିନ୍‌ଙ୍କ କନ୍‌ସର୍ଟ ଦେଖିବାକୁ ଶ୍ରୀଦେବୀ, ବୋନି କପୁର, ଆଲିଆ ଭଟ୍ଟ, ସୋନାଲି ବେନ୍ଦ୍ରେ, ଅକ୍ଷୟ କୁମାର, ଅର୍ଜୁନ ରାମ୍ପପାଲ, ମଲାଇକା ଅରୋଡା, ଅର୍‌ବାଜ ଖାନ୍‌, ମହିମା ଚୌଧୁରୀ, ରେମୋ ଡିସୁଜା, ହ୍ରିତିକ୍‌ ପ୍ରମୁଖ ପହଞ୍ଚିଥିଲେ ।
 
ଏହି କନ୍‌ସର୍ଟର ସର୍ବାଧିକ ଟିକେଟ୍‌ ଦର ୭୫ ହଜାର ଥିବା ବେଳେ ସର୍ବନିମ୍ନ ୫୦୪୦ ଟଙ୍କା ଥିଲା । ମୁମ୍ବାଇ ପୋଲିସ କମିଶନରଙ୍କ ଅନୁସାରେ ଜଷ୍ଟିନ୍‌ଙ୍କ ସୁରକ୍ଷାରେ ୨୫ ଅଫିସରଙ୍କ ସମେତ ୫୦୦ ପୋଲିସ ଯବାନଙ୍କୁ ଲଗା ଯାଇଥିଲା । ଷ୍ଟାଡିୟମ୍‌ ଉପରେ ୨୦୦ଟି ଡ୍ରୋନ୍‌ କ୍ୟାମେରା ଦ୍ୱାରା ନଜର ରଖା ଯାଇଥିଲା । 
  • Tags:

Subscribe

National International State Sports Entertainment