ଆସନ୍ତା ୧୯ରେ ପରଦାକୁ ଆସିବ ଚଳଚିତ୍ର “ତୁଳସୀ ଅପା”
Khabar Odisha:Tulasi-apa-will-be-in-Theater-on-coming-19
ଭୁବନେଶ୍ୱର,ମେ ୬ (ଖବର ଓଡିଶା): ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ତୁଳସୀ ଅପାଆସନ୍ତା ୧୯ ତାରିଖରେ ମୁକ୍ତିଲାଭ କରିବ । ଏହା ଓଡିଆ ଭାଷାରେ ନିର୍ମିତ ପ୍ରଥମ ଜୀବନୀ ଚଳଚିତ୍ର ହୋଇଥିବାବେଳେ ଦର୍ଶକମାନଙ୍କ ଦ୍ୱାରା ବିଶେଷ ଆଦୃତ ହେବାର ଆଶା  ପ୍ରକାଶ କରାଯାଇଛି ।
 
ଗତକାଲି ଏହି  ଚଳଚିତ୍ରର ସଂଗୀତ ସିଡି ଓ ଟ୍ରେଲର ରିଲିଜ ହୋଇଯାଇଛି। ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ଉନ୍ମୋଚନ ଉତ୍ସବରେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ସମାଜସେବୀ ପଦ୍ନଶ୍ରୀ ତୁଳସୀମୁଣ୍ଡା, ପ୍ରଯୋଜକ ଓ ନିର୍ଦ୍ଦେଶକ ଯୋଗ ଦେଇଥିଲେ ।
 
ଏହି ଚଳଚିତ୍ରଟି ରାଜ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଚଲଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରସଂଶିତ ହୋଇ  ପାରିଛି। ଗତବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି ଚଳଚ୍ଚତ୍ରଟି  ୬ଟି ପୁରସ୍କାର ହାସଲ କରିଥିଲା ।
  • Tags:

Subscribe

National International State Sports Entertainment