ସୋନୁ ନିଗମଙ୍କୁ ପାଗଳଖାନାକୁ ପଠାଇ ଦିଆଯିବା ଉଚିତ୍‌: ଅଜାନ ବିବାଦକୁ ନେଇ ରାକ୍ଷୀ ସାୱନ୍ତଙ୍କ ମନ୍ତବ୍ୟ
Khabar Odisha:Sonu-nigam-should-be-admitted-in-Mental-hospital-Rakhi-sawant-in-Ajan-issue
ଆଗ୍ରା, ମଇ୧୩(ଖବର ଓଡ଼ିଶା): ଅଭିନେତ୍ରୀ ରାକ୍ଷୀ ସାୱନ୍ତ ସୋନୁ ନିଗମଙ୍କ ଅଜାନକୁ ନେଇ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରୀୟା ରଖିଛନ୍ତି। ସର୍ବଦା ବିବାଦିତ ହେବାକୁ ପସନ୍ଦ କରୁଥିବା ରାକ୍ଷୀ ସୋନୁନିଗମଙ୍କୁ ଆଗ୍ରାରେ ଥିବା ପାଗଳଖାନାକୁ ପଠାଇ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ କଳିଯୁଗରେ ଲୋକ ଅଜାନ ଏବଂ ମନ୍ଦିରର ଘଣ୍ଟିକୁ ଜରୁରୀ ବୋଲି ଭାବିଥାନ୍ତି। ତେବେ ସୋନୁ ନିଜର ସୋପାଇଁ ବିଳମ୍ୱିତ ରାତ୍ରୀ ପର୍ୟ୍ୟନ୍ତ ଶଦ୍ଦ ପ୍ରଦୁଷଣ କରିଥାନ୍ତି। ତେବେ କଣ ଏଥିରେ କାହାକୁ ଅସୁବିଧା ହୋଇନଥାଏ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।
 
ନିଜ ଭାଇର ଅଭିନୟ ଶିକ୍ଷାନୁଷ୍ଠାନକୁ ଉଦ୍ଘାଟନ କରିବାକୁ ଆଗ୍ରା ଆସିଥିଲେ ରାକ୍ଷୀ। ସେଠାରେ ସେ ସୋନୁ ନିଗମକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି। ଅଜାନ ଖରାପ ଆତ୍ମା ମାନଙ୍କୁ ଦୂରକୁ ପଠାଇଥାଏ। ମାତ୍ର ସୋନୁ ନିଗମଙ୍କ ମଧ୍ୟରେ ଅନେକ ସଇତାନ ଅଛନ୍ତି ବୋଲି ସେ କହିଛନ୍ତି।
 
ସୁଚନା ଯୋଗ୍ୟ ଯେ, ସୋନୁ ନିଗମ ୧୭ ଏପ୍ରିଲରେ ମସଜିଦ୍‌ମାନଙ୍କର ଅଜାନରେ ଲାଉଡ଼ସ୍ପିକରର ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏନେଇ ସେ ନିଜର ଟ୍ୱିଟର ପୃଷ୍ଠାରେ ଏହା ତାଙ୍କ ନିଦ୍ରାରେ ବିଭ୍ରାଟ ଦେଉଛି ବୋଲି ପ୍ରକାଶ କରିଥିଲେ। ଏହା ପରେ କୋଲକାତାର ଜଣେ ମୌଲବୀ ତାଙ୍କ ବିରୁଦ୍ଧରେ ଫତୱା ଜାରି କରିଥିଲେ।
 
ଏହି ଅବସରରେ ରାକ୍ଷୀ ନରେନ୍ଦ୍ର ମୋଦିଙ୍କୁ ନିଜର ଆଦର୍ଶ ବୋଲି କହିଥିଲେ। ଏହା ସହ ୟୁପିର ମୁଖ୍ୟମନ୍ତ୍ରୀ ଥିବା ଯୋଗି ଆଦିତ୍ୟନାଥଙ୍କର ମଧ୍ୟ ପ୍ରଶଂସା କରିଥିଲେ। ଯୋଗିଙ୍କ ପ୍ରଶଂସାରେ ସେ କହିଥିଲେ ଯେ ଯେଉଁ ମଣିଷ ପଶୁମାନଙ୍କୁ ଏତେ ଭଲ ପାଉଛି ସେ ଲୋକମାନଙ୍କୁ କେତେ ଭଲ ପାଇବ? ମୋଦି ତାଙ୍କୁ ୟୁପି ପଠାଇ ବେଶ ଭଲ କାମ କରିଛନ୍ତି।
  • Tags:

Subscribe

National International State Sports Entertainment