ମୋଦିଙ୍କ ସହ ଫିଲ୍ମ ‘ଟଏଲେଟ:ଏକ ପ୍ରେମ କଥା’କୁ ନେଇ ଚର୍ଚ୍ଚା କଲେ ଅକ୍ଷୟ, ନାଁ ଶୁଣି ହସିଲେ ମୋଦି
Khabar Odisha:Modi-Smiles-listening-Akhayas-new-movie-Name
ନୂଆଦିଲ୍ଲୀ, ମଇ ୦୯(ଖବର ଓଡ଼ିଶା): ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଅକ୍ଷୟ। ନିଜର ଆଗାମୀ ଫିଲ୍ମ ଟଏଲେଟ ଏକ ପ୍ରେମ କଥାକୁ ନେଇ ଅକ୍ଷୟ ଆଜି ମୋଦିଙ୍କୁ ଭେଟିଛନ୍ତି। ଏହା ପରେ ଏନେଇ ଅକ୍ଷୟ ନିଜର ଟ୍ୱିଟର ପୃଷ୍ଠାରେ ଏକ ଫଟୋ ସେୟାର କରି ସାକ୍ଷାତ ସମୟର କିଛି ଖଟାମିଠା କଥାକୁ ସେୟାର କରିଛନ୍ତି।
 
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ଅକ୍ଷୟ ନିଜର ଫିଲ୍ମ ବିଷୟରେ ମୋଦିଙ୍କୁ କିଛି ସୁଚନା ଦେଇଥିଲେ। ହେଲେ କେବଳ ନାଁଟିକୁ ଶୁଣି ମୋଦି ହସିଦେଇଥିଲେ। ଯାହା ଫଳରେ ତାଙ୍କର ଦିନର ଭଲ ଆରମ୍ଭ ହୋଇଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।
 
ସୁଚନା ଦେବାକୁ ଚାହୁଁଛୁ ଯେ, ଟଏଲେଟ ଏକ ପ୍ରେମ କଥା ସଫେଇ ତଥା ଟଏଲେଟର ଗୁରୁତ୍ୱ ଉପରେ ନିର୍ମାଣ କରାଯାଇଛି। ଏହା ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଯୋଡ଼ାଯାଉଛି। ସମାଜଧର୍ମୀ ତଥା ସାମାଜିକ ବିଷୟ ବସ୍ତୁ ଉପରେ ନିର୍ମିତ ହୋଇଥିବା ଏହି ଚଳଚିତ୍ରର ସଫଳତାକୁ ନେଇ ଅକ୍ଷୟ ବେଶ ଆଶାବାଦୀ ଅଛନ୍ତି।
 
ପ୍ରଥମେ ୨ ଜୁନ୍‌କୁ ଏହି ଚଳଚିତ୍ରଟି ରିଲିଜ ହେବ ବୋଲି ଶୁଣିବାକୁ ମିଳୁଥିବା ବେଳେ ଏବେ ଏହା ଅଗଷ୍ଟ ୧୧ରେ ପରଦାକୁ ଆସିବ। ଏଥିରେ ଅକ୍ଷୟଙ୍କ ସହ ଭୁମି ପେଡ଼ନେକର ନଜର ଆସିବେ। ଏହାର ନିର୍ଦ୍ଦେଶନା ଭାର ଶ୍ରୀନାରାୟଣ ସିଂହ ତୁଲାଇଛନ୍ତି।
 
୨ ଅକ୍ଟୋବର ୨୦୧୪ ମସିହାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ଏହାକୁ ନେଇ ଦେଶର ଅନେକ ଅଞ୍ଚଳ ବିଶେଷ କରି ଗାଁ ଏବଂ ସହର ଗୁଡ଼ିକରେ ଥିବା ବସ୍ତି ଗୁଡ଼ିକରେ ଟଏଲେଟ ବ୍ୟବସ୍ଥା କରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା।
  • Tags:

Subscribe

National International State Sports Entertainment