ଆଜି ଫ୍ରାଇଡେ ରିଲିଜରେ ଫିଲ୍ମ ‘ମେରୀ ପ୍ୟାରି ବିନ୍ଦୁ’ ଓ ‘ ସରକାର-୩ ’
Khabar Odisha:Meri-Pyari-Bindu-or-Sarkar-3-Today-Film-Friday-Release
ନୂଆଦିଲ୍ଲୀ,ମେ ୧୨(ଖବର ଓଡିଶା): ଆଜି  ଫ୍ରାଇଡେ  ରିଲିଜରେ ସ୍ଥାନ ପାଇଛି ଦୁଇଟି ଫିଲ୍ମ ମେରୀ ପ୍ୟାରି ବିନ୍ଦୁ ସରକାର-୩। ରାମଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ପୂର୍ବ ସରକାର ଫିଲ୍ମର ସିରିଜ ହେଲା ସରକାର -୩ । ଏହି ଫିଲ୍ମଟି ଭାରତୀୟ ରାଜନୈତିକ ଅପରାଧ ସମ୍ପର୍କିତ ପୃଷ୍ଠଭୂମି ଉପରେ ଆଧାରିତ । ଏଥିରେ  ମୁଖ୍ୟ ଭୂମିକାରେ ବିଗ୍‌ ବି ଅମିତାଭ ବଚ୍ଚନ, ଜାକି ଶ୍ରଫ, ମନୋଜ ବାଜପେୟୀ ଓ ୟାମୀ ଗୌତମଙ୍କ ଭଳି ବିଶିଷ୍ଟ କଳାକାରମାନେ ଅଭିନୟ କରିଛନ୍ତି । 
 
ସେହିପରି ଅକ୍ଷୟ ରାୟଙ୍କ ନିର୍ଦ୍ଦେଶିତ ମେରୀ ପ୍ୟାରୀ ବିନ୍ଦୁମଧ୍ୟ ଆଜି  ମୁକ୍ତିଲାଭ କରିଛି । ଫିଲ୍ମଟିରେ ମୁଖ୍ୟ ଭୂମିକାରେ  ଆୟୁଷ୍ମାନ ଖୁରାନା ଓ ପରିଣୀତି ଚୋପ୍ରା ଅଭିନୟ କରିଛନ୍ତି । ପ୍ରେମ ଓ ହାସ୍ୟରସକୁ ଆଧାର କରି ନିର୍ମାଣ ହୋଇଛି ଫିଲ୍ମ ମେରୀ ପ୍ୟାରୀ ବିନ୍ଦୁ ।
  • Tags:

Subscribe

National International State Sports Entertainment