ଫ୍ରାଇଡ଼େ ରିଲିଜ ‘ମେରି ପ୍ୟାରି ବିନ୍ଦୁ’ର ରିଭ୍ୟୁ, ଲଭ ଷ୍ଟୋରି ନୁହେଁ ଏହା ଲାଇଫ ଷ୍ଟୋରି
Khabar Odisha:Film-review-of-meri-pyari-Bindu
ମୁମ୍ୱାଇ, ମଇ ୧୨(ଖବର ଓଡ଼ିଶା): ଏସ୍‌ଏସ୍‌ ରାଜାମୌଲିଙ୍କ ବାହୁବଲୀ-୨ର ଫିଭର ନଉତୁରୁଣୁ ପରଦାକୁ ଓହ୍ଲାଇଛି ଆୟୁଷ୍ମାନ ଖୁରାନ୍ନା ଏବଂ ପରିଣିତି ଅଭିନିତ ମେରି ପ୍ୟାରି ବିନ୍ଦୁ। ନିର୍ଦ୍ଦେଶକ ଅକ୍ଷୟ ରାୟଙ୍କର ଏହି ଡ଼େବ୍ୟୁ ଫିଲ୍ମକୁ ନେଇ ବିଗତ ଦିନରେ ବେଶ ଚର୍ଚ୍ଚା ହୋଇଥିବା ବେଳେ ଏବେ ଏହା ବହୁଳ ଭାବେ ଫିକା ପଡ଼ିବ ବୋଲି ଆଶା କରାଯାଉଛି। ଯାହାଫଳରେ ଫିଲ୍ମର ଅଭିନେତା ସାଙ୍ଗକୁ ପୁରା ଟିମ୍‌ ଉପରେ ପ୍ରଭାବ ପଡ଼ିପାରେ।
 
ଏହା ବ୍ୟତିତ ଯଦି ଆମେ ଫିଲ୍ମର କାହାଣୀକୁ ଦେଖିବା, ତେବେ ଏହା ଏକ ମନୋରଞ୍ଜନ ଧର୍ମୀ ଚଳଚିତ୍ର। ଏଥିରେ ଆୟୁଷ୍ମାନ ଏକ ଉପନ୍ୟାସକାର ଭାବେ ନଜର ଆସୁଛନ୍ତି। ମୁମ୍ୱାଇରେ ରହୁଥିବା ଅଭିମନ୍ୟୁ ଓରଫ ଆୟୁଷ୍ମାନ କୋଲକାତା ଆସିବା ପରେ ତାର ପିଲାବେଳର ଘଟଣା ମନେ ପଡ଼େ। ଏହିପରି କାହାଣୀଟି ଗଢ଼ି ଉଠିଥିବା ବେଳେ ଏଥିରେ ୮୦ ରୁ ୯୦ ଦଶକର ସ୍ମୃତିକୁ ତାଜା କରୁଛି। ପରେ ବିନ୍ଦୁଙ୍କର ଗାୟିକା ହେବା ଏବଂ ଆୟୁଷ୍ମାନ ଲେଖକ ସାଜିବା ପଛର କାହାଣୀକୁ ନେଇ ଫିଲ୍ମର କଥାବସ୍ତୁ ନିର୍ମିତ । ଯାହାକି ବେଶ ପସନ୍ଦ ଆସିବ।
 
ସୁଚନା ମୁତାବକ, ଫିଲ୍ମକୁ ଗଢ଼ିବା ପାଇଁ ମୋଟ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରଡ଼କ୍ସନ କଷ୍ଟ ୧୫ କୋଟି ଏବଂ ପ୍ରମୋଶନ, ପ୍ରଚାର ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ଭାରତରେ ମୋଟ ୭୫୦ ସ୍କ୍ରିନିଂ ଏବଂ ବିଦେଶରେ ଏହାକୁ ୩୨୫ ସ୍କ୍ରିନ୍‌ରେ ରିଲିଜ କରାଯାଇଛି ।
 
ଫିଲ୍ମ ସଂମ୍ପର୍କରେ କିଛି ତଥ୍ୟ:
 
-     ନାମ: ମେରି ପ୍ୟାରି ବିନ୍ଦୁ
 
-     ନିର୍ଦ୍ଦେଶକ: ଅକ୍ଷୟ ରାୟ
 
-     ଷ୍ଟାର କାଷ୍ଟ: ପରିଣିତି ଚୋପ୍ରା, ଆୟୁଷ୍ମାନ ଖୁରାନ୍ନା, ଅପରାଜିତା ଓଡ଼ି, ରଜତଭା ଦତ୍ତା
 
-     ଅବଧି: ୧ ଘଣ୍ଟା ୫୯ ମିନିଟ
 
-     ସାର୍ଟିଫିକେଟ: ୟୁ/ଏ
 
-     ରେଟିଂ:୩.୫ ଷ୍ଟାର
 
  • Tags:

Subscribe

National International State Sports Entertainment