‘ପିକେ’ ସମେତ ଅନେକ ରେକର୍ଡ କାଟିଲା ‘ବାହୁବଲୀ ଦ କନକ୍ଲ୍ୟୁଜନ: ବ୍ୟବସାୟ କଲାଣି ୮୦୦ କୋଟି
Khabar Odisha:Bahubali-the-conclusion-broke-all-record-in-indian-film-industry
ଭୁବନେଶ୍ଵର,ମେ୦୪(ଖବର ଓଡ଼ିଶା): ବାହୁବଲୀ ଦ କନକ୍ଲ୍ୟୁଜନଗୋଟିଏ ପରେ ଗୋଟିଏ ରେକର୍ଡ କାଟି ଭାରତୀୟ ଫିଲ୍ମ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ଏହି ବ୍ଲକ ବଷ୍ଟର ଫିଲ୍ମ ଅନେକ ରେକର୍ଡ ଭଙ୍ଗ କରି ନୂତନ ରେକର୍ଡ ସୃଷ୍ଟି କରିଛି। ବାହୁବଳୀ ୨ ଛଦ ଦିନରେ ବକ୍ସ  ଅଫିସରେ ପ୍ରାୟ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। 
 
ବକ୍ସ ଅଫିସ ସିନେମା ରିପୋର୍ଟ ମୁତାବକ ଏହି ଫିଲ୍ମ ଦୁନିଆସାରା ପ୍ରାୟ ୮୦୦ କୋଟି ଟଙ୍କା ବ୍ୟବସାୟ କରି ଏପର୍ୟ୍ୟନ୍ତ ସବୁଠୁ ଅଧିକ ଆୟ କରିଥିବା ପିକେ’(୭୪୩ କୋଟି)  ଦଙ୍ଗଲ’(୭୧୮କୋଟି) କୁ ଅତିକ୍ରମ କରି ଟପରେ ପହଞ୍ଚିଛି। ରିଲିଜର ୬ ଦିନରେ ବାହୁବଳୀ ୨ ଅପନିଙ୍ଗ ଓ୍ଵିକେଣ୍ଡରେ କେବଳ ହିନ୍ଦୀ ଭାଷାରେ ପ୍ରାୟ ୧୨୫ କୋଟି ଟଙ୍କା ବ୍ୟବସାୟ କରି ଇତିହାସ ରଚିଛି।  ଏହି ଫିଲ୍ମ ସଲମାନ ଖାନ ଷ୍ଟାରର ସୁଲତାନ ଫିଲ୍ପ ଯିଏକି ଓ୍ଵିକେଣ୍ଡରେ ୧୦୫ କୋଟି ଟଙ୍କା ଓ ଅମିର ଖାନଙ୍କ ଦଙ୍ଗଲକରିଥିବା ୧୦୭ ବ୍ୟବସାୟକୁ ପଛରେ ପକାଇ ଦେଇଛି।
 
ବାହୁବଳୀ ୨ରିଲିଜ ହେବାର ପ୍ରଥମ ଦିନରେ ହିନ୍ଦୀ ଭାଷାରେ ୪୧ କୋଟି ଟଙ୍କା ବ୍ୟବସାୟ କରିଥିଲେ। ଏହି ଫିଲ୍ମ ଆମେରିକାର ବକ୍ସ ଅଫିସରେ ଅପନିଙ୍ଗ ଓ୍ଵିକେଣ୍ଡରେ ୬୫.୬୫ କୋଟି ଟଙ୍କା ଜବରଦସ୍ତ ବ୍ୟବସାୟ କରିଛି। ଏହ ବ୍ୟତିତ ଏହି ଫିଲ୍ମ କେବଳ ପ୍ରଥମ ଦିନରେ ୧୨୫ କୋଟି ଟଙ୍କା ବ୍ୟବସାୟ କରି ୧୪ ଘଣ୍ଟା ଭିତରେ ୧୦୦ କୋଟି କ୍ଲବରେ ସାମିଲ ହେବାରେ ପ୍ରଥମ ଭାରତୀୟ ଫିଲ୍ମ ହେବାର ରେକର୍ଡ କରିଛି। ବାହୁବଳୀ ୨ଏବେ ୧୦୦୦ କୋଟି ଟଙ୍କା ବ୍ୟବସାୟ ଆଡ଼କୁ ଗତି କରୁଛି।
  • Tags:

Subscribe

National International State Sports Entertainment