ବାହୁବଲୀ ହିଟ୍‌ ହେବା ପରେ ପ୍ରଭାସଙ୍କ ପାରିଶ୍ରମିକ ବୃଦ୍ଧି, ଆଗାମୀ ଫିଲ୍ମ ପାଇଁ ନେବେ ୩୦ କୋଟି
Khabar Odisha:Bahubali-actor-Pravash-increses-his-salary-per-film
ହାଇଦ୍ରାବାଦ, ମଇ୦୮(ଖବର ଓଡ଼ିଶା): ପାଞ୍ଚ ବର୍ଷ ଧରି ଲଗାତାର ଭାବେ ବାହୁବଲୀର ଦୁଇଟି ଯାକ ଭାଗ ପାଇଁ ସୁଟିଂ କରିବାରେ ବ୍ୟସ୍ତ ଥିଲେ ବାହୁବଲୀ ଓରଫ ପ୍ରଭାସ। ଏହି ସମୟରେ ମଧ୍ୟ ସେ କୌଣସି ଫିଲ୍ମ ପାଇଁ ଚୁକ୍ତି କରିନଥିଲେ। ମାତ୍ର ବାହୁବଲୀ ପରଦାକୁ ଆସିବା ପରେ ତଥା ବ୍ଲବବଷ୍ଟର ହେବା ଫଳରେ ପ୍ରଭାସଙ୍କ ନିଜର ପାରିଶ୍ରମିକ ବଢ଼ାଇଛନ୍ତି। ବାହୁବଲୀ ପାଇଁ ପ୍ରଭାସଙ୍କୁ ୨୫ କୋଟି ଟଙ୍କା ମିଳିଥିବା ବେଳେ ସେ ଏବେ ଏହାକୁ ବଢ଼ାଇ ୩୦ କୋଟି କରିଦେଇଛନ୍ତି।
 
ଫିଲ୍ମର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲିଙ୍କୁ ଚଳଚିତ୍ର ବାହୁବଲୀ ପାଇଁ ୨୮ କୋଟି ଟଙ୍କା ମିଳିଥିଲା । ସେହିପରି ଭାବେ ଭଲ୍ଲାଲ ଦେବ ତଥା ରାଣା ଦଗ୍ଗୁବତୀଙ୍କୁ ୧୫ କୋଟି, ତମନ୍ନା ଏବଂ ଅନୁଷ୍କାଙ୍କୁ ଯଥାକ୍ରମେ ୫-୫କୋଟି ଲେଖାଏଁ ପାରିଶ୍ରମିକ ମିଳିଥିଲା। ଏହି କ୍ରମରେ ଶିବଗାମୀ ଭୁମିକା ତୁଲାଇଥିବା ରାମ୍ୟା କୃଷ୍ଣନଙ୍କୁ ୨.୫ କୋଟି ଏବଂ କଟ୍ଟପାଙ୍କୁ ୨ କୋଟି ଟଙ୍କା ମିଳିଛି।
 
ତେବେ କହିବାକୁ ଚାହୁଁଛୁ ଯେ, ଏହା ବିଶ୍ୱସ୍ତରରେ ପ୍ରାୟ ୯ ହଜାର ସ୍କ୍ରିନ୍‌ରେ ରିଲିଜ କରାଯାଇଥିବା ବେଳେ ଏହାକୁ ମୋଟ ୬ଟି ଭାଷାରେ ରିଲିଜ କରାଯାଇଛି। ଏହି ଫିଲ୍ମରେ ପ୍ରଭାସ, ରାଣା ଦୁଗ୍ଗୁବାତୀ, ପ୍ରଭାସ, ଅନୁଷ୍କା, ରାମ୍ୟା, ନାସିର ଏବଂ ସତ୍ୟରାଜ ଆଦି ପ୍ରମୁଖ ଭୁମିକାରେ ନଜର ଆସୁଛନ୍ତି।
 
ଉଲ୍ଲେଖନୀୟ ଯେ, ଫିଲ୍ମଟି ଇତି ମଧ୍ୟରେ ୧ହଜାର କୋଟି ଟଙ୍କା ବ୍ୟବସାୟ କରିସାରିଛି। ତାହା କେବଳ ୯ ଦିନ ମଧ୍ୟରେ। ଏବେ ବି ସୋଗୁଡ଼ିକ ହାଉସ୍‌ଫୁଲ ଯାଉଥିବା ଯୋଗୁଁ ଏହା ଆଗାମି ଦିନରେ ୧୫ଶହ କୋଟି ଟଙ୍କା ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।
 
  • Tags:

Subscribe

National International State Sports Entertainment