ବାବା ରାମଦେବଙ୍କ ଜୀବନକୁ ନେଇ ଟେଲି ପରଦାକୁ ଆସିବ ସ୍ୱାମୀ ବାବା ରାମଦେବ: ଦ ଅନ୍‌ଟୋଲ୍ଡ଼ ଷ୍ଟୋରୀ
Khabar Odisha:Baba-Ramdevs-TV-biopic-will-be-on-air-soon
ମୁମ୍ୱାଇ, ମଇ୦୯(ଖବର ଓଡ଼ିଶା): ଟେଲିଭିଜନ ଚ୍ୟାନେଲ ଡ଼ିସକଭରି ଯୋଗଗୁରୁ ତଥା ପତଞ୍ଜଳୀର ସ୍ରଷ୍ଟା ବାବା ରାମଦେବଙ୍କ ଜୀବନକୁ ନେଇ ଟେଲିଭିଜନ ବାୟୋପିକ୍‌ ନିର୍ମାଣ କରିଛି। ୬୫ ଅଧ୍ୟାୟ ବିଶିଷ୍ଟ ଏହି ସିରିଜ ଡ଼ିସକଭରିର ହିନ୍ଦି ମନୋରଞ୍ଜନ ଧର୍ମୀ ଧାରାବାହିକ ଚ୍ୟାନେଲରେ ଆସିବାକୁ ଯାଉଛି।
 
ମଙ୍ଗଳବାର ଏନେଇ ଚ୍ୟାନେଲ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏହା ୨୦୧୭ର ଶେଷ ଭାଗ ଆଡ଼କୁ ନିଜର ଚ୍ୟାନେଲ ଡ଼ିସକଭରି ଜିତ୍‌ରେ ପ୍ରକାଶିତ ହେବ। ତେବେ ସୋର ନାମ ବାବା ରାମଦେବ: ଦ ଅନ୍‌ଟୋଲ୍ଡ଼ ଷ୍ଟୋରୀ ରଖାଯାଇଛି। ଏଥିରେ ଯୋଗଗୁରୁଙ୍କ ପ୍ରାରମ୍ଭିକ ଜୀବନରୁ ଜାତୀୟ ହସ୍ତି ଏବଂ ପରେ ଏକ ପ୍ରତିଷ୍ଠିତ ବ୍ୟବସାୟ ପାଲଟିବା ପଛର କାହାଣୀ ବର୍ଣ୍ଣିତ ହେବ। 
 
କେବଳ ଏତିକି ନୁହେଁ ଚ୍ୟାନେଲରେ ଅନେକ ଉଲ୍ଲେଖନୀୟ କାହାଣୀ ଗୁଡ଼ିକୁ ନେଇ ଦର୍ଶକଙ୍କ ନିକଟତର ହେବ ବୋଲି ଆଶା କରିଛନ୍ତି ମୁଖ୍ୟ ଆଥୁର ବାଷ୍ଟିଂ। ଏହା ବାସ୍ତବିକ କାହାଣୀଗୁଡ଼ିକୁ ଏକ ଅଲଗା ଢ଼ଙ୍ଗରେ ଲୋକମାନଙ୍କ ପାଖରେ ପହଞ୍ଚାଇବ। ଯେପରିକି ସାରଗ୍ରାହୀ:ଇଣ୍ଡିଆସ ବ୍ରେଭେଷ୍ଟ ବୟ, ଗବରୁ: ଦ ବାର୍ଥ ଅଫ ହିପ୍‌ ହପ୍‌ ଏବଂ ଗାଙ୍ଗସ ଅଫ ମୁମ୍ୱାଇ ଆଦି ଲୋକଙ୍କୁ ବେଶ ପସନ୍ଦ ଆସିବ ବୋଲି କୁହାଯାଉଛି।
  • Tags:

Subscribe

National International State Sports Entertainment