ବିଲ୍ଲୀ ସହ ଆଲିଆଙ୍କ ଟପଲେସ୍‌ ଲୁକ୍‌, କରିପାରେ ଆପଣଙ୍କୁ ବୋଲ୍ଡ଼
Khabar Odisha:Alias-Bold-cat-photoshoot
ମୁମ୍ୱାଇ, ମଇ୦୫(ଖବର ଓଡ଼ିଶା): ବଲିଉଡ଼ର କ୍ୟୁଟଗର୍ଲ ହେଉଛି ମହେଶ ତନୟା ଆଲିଆ। ଷ୍ଟୁଡ଼େଣ୍ଟ ଅଫ ଦ ଇଅରରେ ବଲିଉଡ଼ର ଏଣ୍ଟି କରିଥିବା ଆଲିଆ ଅନେକ ଅବତାରରେ ଦର୍ଶକଙ୍କ ନିକଟତ୍ତର ହୋଇଛନ୍ତି। ତେବେ ପ୍ରଥମ ଫିଲ୍ମରେ ବିକିନି ପିନ୍ଧିଥିବା ଆଲିଆଙ୍କ ଲୁକ ଯୁବବର୍ଗଙ୍କ ମହଲରେ ବେଶ ଆଦୃତ ହୋଇଥିଲା। ନିକଟରେ ଆଲିଆ ନିଜର ବୋଲ୍ଡ଼ ଫଟୋସୁଟ କରିଛନ୍ତି। ଦାବୁ ରତନାନିଙ୍କ କ୍ୟାଲେଣ୍ଡର ପାଇଁ ଆଲିଆ ଏହି ଫଟୋ ସୁଟ କରିଛନ୍ତି। ଫଟୋଗୁଡ଼ିକରେ ବେଶ ହଟ ଲାଗୁଛନ୍ତି ଆଲିଆ। ଯେ କେହି ବି ଆଲିଆଙ୍କୁ ଦେଖିଲେ ନଜର ହଟାଇ ପାରିବନି।
 
ଅୟାନ ମୁଖାର୍ଜୀଙ୍କ ଆଗାମୀ ନିର୍ଦ୍ଦେଶନାରେ ଆଲିଆ ଅଭିନୟ କରିବାକୁ ଯାଉଛନ୍ତି। ଡ଼୍ରାଗନ୍‌ରେ ଅଭିନୟ କରିବା ପୂର୍ବରୁ ସେ କିଛି ସମୟ ବାହାର କରି ଏହି ଫଟୋ ସୁଟ କରିଛନ୍ତି। ଏହାକୁ ନେଇ ତାପମାତ୍ରା ଆହୁରି ବଢ଼ିଥିବା କୁହାଯାଉଛି।
 
ଫଟୋଗ୍ରାଫରଙ୍କ ଦ୍ୱାରା ତାଙ୍କ ସୋସିଆଲ ଆକାଉଣ୍ଟରେ ସେୟାର କରିଥିବା ଫଟୋଗୁଡ଼ିକରେ ଆଲିଆ ବିଲେଇ ଧରିଥିବା ଦେଖାଯାଉଛି। ଆଲିଆଙ୍କୁ ସେମିତିବି ବିରାଡ଼ି ବେଶ ପସନ୍ଦ । ୨୪ ତମ ଜନ୍ମଦୀନ ଅବସରରେ ଆଲିଆଙ୍କୁ ଏକ ବିରାଡ଼ି ଭେଟରେ ମିଳିଥିବା ସୁଚନା ମିଳେ।
 
ଏହାରେ କହି ରଖୁଛୁ ଯେ, ଆଲିଆ ଏବଂ ସିଦ୍ଦାର୍ଥଙ୍କ ସଂମ୍ପର୍କକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହା ସହ ଆଶା ପାରେଖ ନିକଟରେ ଆଲିଆ ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ବାୟୋପିକ୍‌ରେ କାମ କରିବା ପାଇଁ ଉପଯୁକ୍ତ ବୋଲି ମତ ରଖିଥିଲେ।
  • Tags:

Subscribe

National International State Sports Entertainment