୨୦୧୬ ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ପାଇବେ ମୋନାଲିସା
Khabar Odisha:mona-lisa-jena-will-get-2016-sahitya-academy-translator-award
ଭୁବନେଶ୍ୱର, ଫେବୃଆରୀ ୨୧(ଖବର ଓଡ଼ିଶା): ୨୦୧୬ ବର୍ଷ ପାଇଁ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଅନୁବାଦିକା ତଥା ଲେଖିକା ମୋନାଲିସା ଜେନା। ନିଜର ପୁସ୍ତକ ଆର୍ଶିବାଦର ରଙ୍ଗ ପାଇଁ ସେ ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
 
ଅଧ୍ୟାପିକା ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିବା ମୋନାଲିସା ଓଡ଼ିଶାର ଏକ ଇଂରାଜୀ ଦୈନିକରେ ସାମ୍ୱାଦିକତା ଭାବେ କାର୍ୟ୍ୟ କରିଥିଲେ । ପରେ ସେ ପୂର୍ଣ୍ଣକାଳୀନ ଲେଖିକା ଭାବେ କବିତା, କ୍ଷୁଦ୍ର ଗଳ୍ପ, ଭ୍ରମଣକାହାଣୀ ଓ ଜଙ୍ଗଲଭିତ୍ତିକ ରଚନା ସହିତ ଆସାମୀଜ୍‌ ଭାଷାକୁ ଓଡ଼ିଆରେ ଏବଂ ଓଡ଼ିଆକୁ ଇଂରାଜୀରେ ଅନୁବାଦ କରି ବେଶ୍‌ ପ୍ରଶଂସାର ପାତ୍ରୀ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ୧୭ ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ତନ୍ମଧ୍ୟରେ ରହିଛି ନିସଙ୍ଗ ଧ୍ୱନି, ଏ ସବୁ ଧୃବମୂହୁର୍ତ୍ତ, ଇନ୍ଦ୍ରମଳାତିରା ଶୋକ ଆଦି ହୃଦୟସ୍ପର୍ଶୀ ରଚନା।
 
ଏହାକୁ ଛାଡ଼ି ମୋନାଲିସା ଓଡ଼ିଶାର କବି ରମାକାନ୍ତ ରଥଙ୍କ ଜୀବନକାହାଣୀକୁ ନିଜ ଲେଖାରେ ସଜାଇଛନ୍ତି। ସାମ୍ୱାଦିକତା କ୍ଷେତ୍ରରେ ନାରୀ ଶୀର୍ଷକରେ ସେ ଏକ ସାମ୍ୱାଦିକତା ଉପରେ ପୁସ୍ତକ ରଚନା କରିଛନ୍ତି। ଅନୁବାଦ କ୍ଷେତ୍ରରେ ମଧ୍ୟ ଦାସୁରାମସ୍‌ ସ୍କ୍ରିପ୍ଟପୁସ୍ତକ ରଚନା କରି ଲୋକପ୍ରୀୟତା ହାସଲ କରିଛନ୍ତି ।
  • Tags:

Subscribe

National International State Sports Entertainment