ସୁନନ୍ଦାଙ୍କ ମୃତ୍ୟୁ ପରେ ଥରୁର୍‌ ତାଙ୍କ କକ୍ଷକୁ ଯାଇଥିଲେ: ରିପୋର୍ଟ
Khabar Odisha:sunanda-pushkar-murder-case
ନୂଆଦିଲ୍ଲୀ, ମେ ୯(ଖବର ଓଡିଶା): ଏକ ଇଂରାଜୀ ଗଣମାଧ୍ୟମ ସୁନନ୍ଦା ପୁଷ୍କରଙ୍କ ହତ୍ୟାକାଣ୍ଡକୁ ନେଇ କରିଛି ନୁଆ ଖୁଲାସା । ଉକ୍ତ ଗଣମାଧ୍ୟମର ଦାବି ହେଲା କି ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ତଥା କଂଗ୍ରେସ ନେତା ଶଶୀ ଥରୁର ହୋଟେଲ୍‌ ରୁମ୍‌କୁ ଯାଇଥିଲେ । ଥରୁର ରୁମ୍‌ରେ ପହଞ୍ଚିବା ପରେ ସବୁ ପ୍ରମାଣକୁ ଏପଟ ସେପଟ ମଧ୍ୟ କରିଥିଲେ ।
 
୧୯ଟି ଅଡିଓ ରେକର୍ଡିଂ ଅଛି, ଯାହାକୁ କେବେ ଲୋକଙ୍କ ସାମ୍ନାକୁ ଅଣାଯାଇ ନାହିଁ । ଯେଉଁଥରେ ଥରୁରଙ୍କ ସମ୍ପୃକ୍ତି ବାରି ହୋଇପଡୁଛି ବୋଲି ଉକ୍ତ ଗଣମାଧ୍ୟମ କହିଛି । କଂଗ୍ରେସ ନେତା ଥରୁର ଏହାର ଜବାବ ରଖି କହିଛନ୍ତି କି କଥାକୁ ବହୁତ ଅଧିକ ବଢ଼ାଯାଉଛି । ଘଟଣାକୁ ଅନ୍ୟରଙ୍ଗ ଦିଆଯାଉଛି । ଏହା ସମ୍ପୂର୍ଣ୍ଣ ମିଛ । ଲୋକ ନିଜର ବ୍ୟକ୍ତିଗତ ଲାଭ ସହ କାର୍ୟ୍ୟାନୁଷ୍ଠାନର ଲୋକପ୍ରିୟତା ବଢ଼ାଇବା ପାଇଁ ଏପରି ଗୁଜବ ସୃଷ୍ଟି କରିଛନ୍ତି ।
 
ଗତ ୧୭ ଜାନୁଆରୀ ୨୦୧୪ରେ ଥରୁରଙ୍କ ପତ୍ନୀ ସୁନନ୍ଦାଙ୍କ ମୃତଦେହ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍‌ରୁ ମିଳିଥିଲା । ଏହି ତଦନ୍ତର କିଛି ନିର୍ଷ୍କସ ଆଜି ପର୍ୟ୍ୟନ୍ତ ବାହାରି ପାରିନି । ସନ୍ଦେହ ଆଧାରରେ ଥରୁରଙ୍କୁ ମଧ୍ୟ ବହୁତ ଥର ଜେରା କରା ସରିଲାଣି । ମାତ୍ର କିଛି ଫଳ ମିଳି ପାରିନାହିଁ । 
 
  • Tags:

Subscribe

National International State Sports Entertainment