ଉଦଳା ଗଣଦୁଷ୍କର୍ମ ଘଟଣାରେ ପ୍ରେମିକ ସମେତ ଜଣେ ଅଭିଯୁକ୍ତ ଗିରଫ
Khabar Odisha:Udulua-rape-case-accused-lover-arrested

ବାରିପଦା, ମେ ୯ (ଖବର ଓଡିଶା) : ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖୁଣ୍ଟା ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ପୋଲିସ ଆଜି ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ତା ସହସାଥୀ ଚନ୍ଦନ ବେହେରାକୁ ଗିରଫ କରାଯାଇଛି ବୋଲି ଜିଲ୍ଲା ଏସପି ଆର.ପ୍ରକାଶ ସୂଚନା ଦେଇଛନ୍ତି । ଗଣଦୁଷ୍କର୍ମରେ ଜଡିତ ଥିବା ଅନ୍ୟ ୪ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ସୂଚନା ଅନୁସାରେ, ମେ ୩ ତାରିଖରେ ମୁଖ୍ୟ ଅଭିଯୁକ୍ତ ପୁର୍ଣ୍ଣ ପୀଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଉଦଳାରେ ଏକ ପରିତ୍ୟକ୍ତ କୋଠରିରେ ବାନ୍ଧି ରଖିଥିଲେ । ପରେ ସେଠାରେ ସେ ଓ ତାର ଦୁଇ ଜଣ ସାଙ୍ଗ ଟୁନା ଓ ଚନ୍ଦନ ପୀଡିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହି ଅମାନୁଷିକ କାମରେ ପରେ ପୁର୍ଣ୍ଣର ଆଉ ୩ ଜଣ ସାଙ୍ଗ ସାମିଲ ଥିଲେ । ଯୁବତୀ ଜଣକ ସେଠାରୁ କୌଶଳରେ ଖସି ଆସି ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି । ଯୁବତୀଙ୍କ ଅଭିଯୋଗ ଅନୁସାରେ ୬ ଜଣ ଯୁବକ ୪ ଦିନ ଧରି ତାଙ୍କୁ ଦୁଷ୍କର୍ମ କରିଥିଲେ ।

  • Tags:

Subscribe

National International State Sports Entertainment