ବିଚିତ୍ର: ଶିକ୍ଷକ କଲେ ଛାତ୍ରୀର ବଳାତ୍କାର, ପ୍ରିନ୍ସିପାଲ ଅଭିବାବକଙ୍କୁ ଯାଚିଲେ ୫୦ ଲକ୍ଷ ଟଙ୍କା
Khabar Odisha:Teacher-raped-girl-student

ମୁମ୍ବାଇ,ମେ୦୭(ଖବର ଓଡ଼ିଶା): ସ୍କୁଲ ଶୌଚାଳୟରେ ୪୨ ବର୍ଷୀୟ ଶିକ୍ଷକ ନିଜ ୧୩ ବର୍ଷୀୟା ଛାତ୍ରୀକୁ ବଳାତ୍କାର କରିବାର ୫ ମାସ ପରେ ଏହି ମାମଲାରେ ନୂଆ ଖୁଲାସା ହୋଇଛି ଯାହାକି ଅତି ନିନ୍ଦନୀୟ ଅଟେ। ଏହି ଘଟଣାରେ ସ୍କୁଲର ପ୍ରିନ୍ସିପାଲ ପୀଡ଼ିତାର ମା-ବାପାକୁ ୫୦ ଲକ୍ଷ ଟଙ୍କା ଦେଇ ମାମଲା ଦଫା ରଫା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ପ୍ରିନ୍ସିପାଲ ସବିତା ଗୁଲାଟୀ ପୀଡ଼ିତାର ମା-ବାପାକୁ ତାଙ୍କ ହାତ ବହୁତ ଲମ୍ବା ଥିବାର ଧମକ ମଧ୍ୟ ଦେଇଛି।

ମୁମ୍ବାଇରୁ ନେରୁଲ  ସେକ୍ଟର ୮ ସ୍ଥିତ ମହାତ୍ମା ଗାନ୍ଧୀ ମିଶନ ପ୍ରାଇମେରୀ ଏଣ୍ଡ ସେକେଣ୍ଡାରୀ  ସ୍କୁଲର ଶିକ୍ଷକ ହରିଶଙ୍କର ଶୁଳ୍କା ଅନେକ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ୧୩ ବର୍ଷୀୟ ଏହି ଛାତ୍ରୀଜଣକ ଗର୍ଭବତୀ ହେଲେ ତେବେ ଯାଇ ଏହି ମାମଲା ଲୋକଲୋଚନକୁ ଆସିଲା। ଏବେ ଏହି ନୂତନ ଖୁଲାସା ପରେ ସିବିଏସଇ ଏହି ସ୍କୁଲର ତତ୍କାଳୀନ ପ୍ରିନ୍ସିପାଲ ଗୁଲାଟୀକୁ କାରଣ ଦର୍ଶାଅ ନୋଟିସ ଜାରି କରି ଜବାବ ମାଗିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଉଦ୍ୟମକୁ ଦେଖି ମେନେଜମ୍ୟାଣ୍ଟ ପ୍ରିନ୍ସିପାଲ ସବିତାଙ୍କୁ ସ୍କୁଲରୁ ନିଲମ୍ବିତ କରିଥିଲେ। ଏପ୍ରିଲ ୨୭ରେ ଜାରି ସିବିଏସଇର ନୋଟିସ ମୁତାବକ, ସ୍କୁଲର ତତ୍କାଳୀନ ପ୍ରିନ୍ସିପାଲ ସବିତା ଗୁଲାଟୀ ପୀଡ଼ିତାଙ୍କ ଅଭିବାବକ ସହ ଅଭ୍ରଦ ପରି ବ୍ୟବହାର କରିଥିଲେ। ପ୍ରିନ୍ସିପାଲ ଜଣକ କହିଥିଲେ ଯେ ତୁମ ପରି ଲୋକ ଆମର କିଛି ବିଗାଡ଼ି ପାରିବ ନାହିଁ। ଆମର ହାତ ବହୁତ ଲମ୍ଵା। 

  • Tags:

Subscribe

National International State Sports Entertainment