ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା, କୋର୍ଟରେ ଗୌତମ କୁଣ୍ଡୁ
Khabar Odisha:Rose-valley-Chit-fund-Case-Goutam-Kundu-in-Court
ବାଲେଶ୍ୱର ,ମେ ୧୦(ଖବର ଓଡିଶା): ଆଜି ବାଲେଶ୍ୱର  ଚିଟଫଣ୍ଡ କୋର୍ଟରେ ଗୌତମ କୁଣ୍ଡୁ ହାଜର ହୋଇଛନ୍ତି । ରୋଜଭ୍ୟାଲି ଚିଟଫଣ୍ଡ  ଠକେଇ ମାମଲାରେ  ୫ ଦିନିଆ ରିମାଣ୍ଡ ପରେ ଆଜି ଇଓଡବ୍ଲୁ ଗୌତମଙ୍କୁ କୋର୍ଟରେ ହାଜର କରିଛି । ଗୌତମଙ୍କୁ ଆଉ ଅଧିକ ୫ ଦିନ ରିମାଣ୍ଡରେ ନେବାକୁ ଇଓଡବ୍ଲୁ ଆବେଦନ କରିବ ବୋଲି ସୂଚନା ମିଳିଛି ।
 
ସୂଚନାନୁସାରେ ଗୌତମ କୁଣ୍ଡୁ ରୋଜଭ୍ୟାଲି ଚିଟଫଣ୍ଡର ଅଧ୍ୟକ୍ଷ ଥିବାବେଳେ  ଓଡିଶାରେ ୪ ଲକ୍ଷ ଏଜେଣ୍ଟଙ୍କୁ ନିଯୁକ୍ତି ଦେବା ସହ ୫ ଶହ କୋଟି ଟଙ୍କାର ଠକେଇ  କରିଥିଲେ । ଏହି ମାମଲାରେ ସିବିଆଇ ଦ୍ୱାରା କୁଣ୍ଡୁ ଗିରଫ ହୋଇ ଜେଲରେ ଥିଲେ । ଅଧିକ ତଥ୍ୟ ହାସଲ କରିବାକୁ କୋର୍ଟର ଅନୁମତି ନେଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ଇଓଡବ୍ଲୁ ।
 
  • Tags:

Subscribe

National International State Sports Entertainment