ପୋଲିସ ଏସଆଇଙ୍କ ଆତ୍ମହତ୍ୟା ! ଝୁଲନ୍ତା ଅବସ୍ଥାରେ ମିଳିଲା ଶବ
Khabar Odisha:Police-si-suicide-dead-body-founded-in-hanging-situation

ଜଳେଶ୍ଵର,ମେ୧୦(ଖବର ଓଡ଼ିଶା): ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି। ବସ୍ତା ଥାନା ପରିସର କ୍ଵାର୍ଟର୍ସ ମଧ୍ୟରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ସବ୍ ଇନ୍ସପେକ୍ଟରଙ୍କ ନାଁ ଜଗନ୍ନାଥ ନାୟକ। ଶବ ଉଦ୍ଧାର କରିବା ସହ ଘର ଭିତରୁ ପୋଲିସ ସୁଇ ସାଇଡ ନୋଟ୍ ଜବତ  କରିଛି। ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରି ମାମଲାର ତଦନ୍ତ କରୁଛି।

ସୂଚନା ମୁତାବକ, ଜଗନ୍ନାଥ ନାୟକ ନିକଟରେ ଯାଜପୁର ମଙ୍ଗଳପୁର ଥାନାକୁ ବଦଳି ହୋଇଥିଲେ। ପୁରୁଣା ମାମଲା ସଂକ୍ରାନ୍ତରେ ସେ ବସ୍ତା ଥାନାକୁ ଆସିଥିଲେ। ସେ ବସ୍ତା ଥାନା ଏସଆଇ କୁଅଁର ମାଝୀଙ୍କ କ୍ଵାର୍ଟର୍ସରେ ରହୁଥିଲେ। ଆଜି ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କରିବା ସହ ପୋଲିସ ସୁଇସାଇଡ ନୋଟ ଜବତ କରିଛି।  ମାନସିକ ଚାପରୁ ଆତ୍ମହତ୍ୟା ନେଇ ନୋଟରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟକାଲି ଏକ ଟ୍ରକ ମାଡ଼ି ଯିବାରୁ କୁଅଁର ମାଝୀଙ୍କ ମୃତ୍ୟୁ ଘଟିଥିଲା। ଗତକାଲି କୁଅଁରଙ୍କ ମୃତ୍ୟୁ ପରେ ଆଜି ଜଗନ୍ନାଥଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚା ଜୋର ଧରିଛି।

  • Tags:

Subscribe

National International State Sports Entertainment