ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା
Khabar Odisha:Husband-Murder-Wife-Then-He-Commit-Suicide
ବରଗଡ, ମେ ୧୧ (ଖବର ଓଡିଶା) : ବରଗଡ ଜିଲ୍ଲା ପାଟଣାଗଡ ଚଘଂରିଆ ଗ୍ରାମରେ ଏକ ଜଘନ୍ୟ ଘଟଣା ଘଟିଛି । ସ୍ୱାମୀ ଟାଙ୍ଗିଆରେ ସ୍ତ୍ରୀକୁ ହାଣି ନିଜେ ଆତ୍ମହତ୍ୟା କରିଛି । ଏହି ଘଟଣା ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ରାତିରେ ଉକ୍ତ ପରିବାରର ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ସକାଳୁ ଦୁଇ ଜଣଙ୍କ ଶବ ଘର ଭିତରୁ ମିଳିଥିଲା । ଉକ୍ତ ସ୍ୱାମୀଙ୍କର ମାନସିକ ବିକୃତି ଥିଲା ବୋଲି ଗାଁ ଲୋକ ସୂଚନା ଦେଇଛନ୍ତି । 
 
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି । ମାନସିକ ବିକୃତି ପାଇଁ ସ୍ବାମୀ ଏପରି କାଣ୍ଡ କରିଥିବା ସୂଚନା ମିଳିଛି । 
  • Tags:

Subscribe

National International State Sports Entertainment