ବ୍ରହ୍ମପୁରରେ ପୋଲିସର ଏନକାଉଂଟର, ଦୁର୍ଦ୍ଦାନ୍ତ ଅପରାଧୀ ବାଇଧର ଓରଫ ବାଦଲ ଆହତ
Khabar Odisha:Criminal-Badal-injured-in-Encounter
ବ୍ରହ୍ମପୁର, ମେ ୯(ଖବର ଓଡ଼ିଶା): ବ୍ରହ୍ମପୁରରେ ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାଇଧର ଓରଫ ବାଦଲ ଆହତ ହୋଇଛି । ପୋଲସରା ଥାନା ସିଂହାସନୀ ସିନ୍ଧିନାଳ ଜଙ୍ଗଲରେ ପୋଲିସ ଏନକାଉଂଟର କରିଛି । ବାଦଲର ବାମଗୋଡରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତି କରାଯାଇଛି ।
 
ବାଦଲର ଦୁଇ ସହଯୋଗୀ ନୀଳାଚଳ ନାହାକ ଓ ଅଜିତ ପଲାଇଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ବାଦଲ ନାଁରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି। ପୋଲିସ ଗୋଟିଏ ବନ୍ଧୁକ ,୩ଟି  ଅଫୁଟା ଗୁଳି ଓ ତିନୋଟି ବାଇକ ଜବତ କରିଥିବା ସୂଚନା ମିଳିଛି ।
  • Tags:

Subscribe

National International State Sports Entertainment