ଟିଟିଲାଗଡ଼ : ରେଳଧାରଣରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ ରହେନଭଟ ରେଳ ଷ୍ଟେସନ ମଝିରେ ଥିବା ଶିରୋଲ ଗାଁ ନିକଟ ଟ୍ରେନ୍ ଲାଇନ୍ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଶିରୋଳ ଗାଁ ରେଳ ଲାଇନ୍ ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଜିଆର୍ପିକୁ ଜଣାଇଥିଲେ । ଖବର ପାଇ ରେଲଓ୍ୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି । ତେବେ ପ୍ରାଥମିକ ତଦନ୍ତରୁ ମହିଳାଙ୍କ ନାମ କମଳା ରଣା ବୋଲି ଜଣାପଡିଛି । ତେବେ ପାରିବାରିକ କଳହରୁ ସେ ନିଜ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁରା ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।
ଅଧିକ ପଢନ୍ତୁ :- ଧକ୍କା ହେବା ପରେ ହୁତୁହୁତୁ ହୋଇ ଜଳି ଉଠିଲା ଦୁଇଟି ଟ୍ରକ୍