ଭୁବନେଶ୍ଵର: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଓଡ଼ିଶାର ରାଜ୍ୟପାଳ ବଦଳିଛନ୍ତି। କମଭମପତି ହରି ବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । କେ ହରି ବାବୁ ବର୍ତ୍ତମାନ ମିଜୋରାମର ରାଜ୍ୟପାଳ ଅଛନ୍ତି। ତାଙ୍କ ନିଯୁକ୍ତିକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅକ୍ଟୋବର ୧୮, ୨୦୨୩ରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଦାୟିତ୍ଵ ଗ୍ରହଣ କରିଥିଲେ । ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ଏହା ପରେ କେ ହରି ବାବୁଙ୍କୁ ରାଜ୍ୟପାଳ ନିଯୁକ୍ତ କରାଯାଇଛି।
ଅନ୍ୟପକ୍ଷରେ ଦେଶର ଓଡ଼ିଶା ସମେତ ୫ ରାଜ୍ୟର ରାଜ୍ୟପାଳଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ମିଜୋରାମର ରାଜ୍ୟପାଳ ହୋଇଛନ୍ତି ଡାକ୍ତର ଜେନେରାଲ ବିଜୟ କୁମାର ସିଂହ । ବିହାରର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କେରଳର ରାଜ୍ୟପାଳ ହୋଇଛନ୍ତି । ସେହିପରି କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ବିହାରର ରାଜ୍ୟପାଳଭାବେ ଦାୟିତ୍ୱ ମିଳିଛି । ସେହିପରି ଅଜୟ କୁମାର ଭଲ୍ଲା ମଣିପୁରର ନୂତନ ରାଜ୍ୟପାଳ ହୋଇଛନ୍ତି ।