ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବିତ ହୋଇଥିବା ବିଧାୟକ ସନାତନ ମହାକୁଡ଼ଙ୍କ ଭୋଟକୁ ନେଇ ଚର୍ଚ୍ଚା ଅଧିକ ରହିଛି । ନିର୍ବାଚନକୁ ମାତ୍ର ୩ ଦିନ ବାକିଥିବାବେଳେ ତାଙ୍କୁ କେହି ଯୋଗାଯୋଗ କରିନାହାଁନ୍ତି । କିନ୍ତୁ ସେ ଭୋଟ୍ ନିଶ୍ଚିତଭାବେ ଦେବେ ବୋଲି କହିଛନ୍ତି ସନାତନ ମହାକୁଡ଼ ।
ସନାତନ ମହାକୁଡ଼ଙ୍କୁ ନିଲମ୍ବିତ କରିଥିବା ବିଜେଡ଼ି ଦଳ ପାଇଁ ବର୍ତ୍ତମାନ ସେ ଆଉ ଗୁରୁତ୍ୱପୂର୍ଣ୍ଣ ହୋଇ ରହିନାହାଁନ୍ତି । ଦଳରେ ତାଙ୍କର ଆଉ କୌଣସି ଆବଶ୍ୟକତା ନାହିଁ । ସେଥିପାଇଁ ନିର୍ବାଚନକୁ ଆଉ କମ ଦିନ ବାକି ଥିବା ସତ୍ତ୍ୱେ ତାଙ୍କୁ କେହି ଯୋଗାଯୋଗ କରୁନାହାଁନ୍ତି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସନାତନ । ଏମିତିକି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ବିଜେପି କିମ୍ବା ବିଜେଡ଼ି କେହି ଯୋଗାଯୋଗ କରୁନାହାଁନ୍ତି । ତଥାପି ସେ ବିଧାୟକଭାବେ ଭୋଟ୍ ଦେବେ । କାହାକୁ ଭୋଟ୍ ଦେବେ ସେ ନିଷ୍ପତ୍ତି ନିର୍ବାଚନ ଦିନ ନିଆଯିବ । ବିଜେଡ଼ି ନିଲମ୍ବିତ କରିଛି କିନ୍ତୁ ବହିଷ୍କୃତ କରିନାହିଁ । ଯଦି ବହିଷ୍କୃତ କରିଥାଆନ୍ତେ ତାହାର ନିଷ୍ପତ୍ତି ଅଲଗା ହୋଇଥାଆନ୍ତା । ସେମାନଙ୍କ ପାଖରେ ବିଧାୟକ ବଳ ଥିବାରୁ ତାଙ୍କୁ ପଚରାଯାଉ ନାହିଁ ବୋଲି କହିଛନ୍ତି ସନାତନ ।
ସେହିପରି ଯେଉଁ ୫ ଜଣ ପ୍ରାର୍ଥୀ ହୋଇଛନ୍ତି ସମସ୍ତେ ଯୋଗ୍ୟ ପ୍ରାର୍ଥୀ । ଯିଏ ବି ରାଜ୍ୟସଭାକୁ ଯିବେ ସିଏ ଓଡ଼ିଶା ପାଇଁ କାମ କରିବେ ।