ଫରୀଦାବାଦ, ଅଗଷ୍ଟ ୨୪ (ଖବର ଓଡ଼ିଶା): ଏସିଆ ମହାଦେଶର ସର୍ବବୃହତ୍ତ ଘରୋଇ ହସ୍ପିଟାଲକୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହି ହସ୍ପିଟାଲ ‘ମଲ୍ଟି ସ୍ପେଶିଆଲିଟି ଅମୃତା ହସ୍ପିଟାଲ’ ଭିତରକୁ ଆପଣ ଯେତେବେଳେ ପ୍ରବେଶ କରିବେ, ଆପଣଙ୍କ ସ୍ୱାଗତ ନମଃ ଶିବାୟ ସହିତ କରାଯିବ । ଆଧ୍ୟାତ୍ମିକ ନେତା ମାତା ଅମୃତାନନ୍ଦମୟୀ ଦେବୀ ଏହାକୁ ପ୍ରତିଷ୍ଠା କରିଥିଲେ, ଯାହାଙ୍କୁ ସ୍ନେହରେ ଅମ୍ମା ଭାବରେ ଜଣାଯାଏ ।
ରାଷ୍ଟ୍ରୀୟ ରାଜଧାନୀ ବାହାରେ ଫରୀଦାବାଦରେ ୧୩୦ ଏକର ଜମିରେ ଏହି ହସ୍ପିଟାଲ ନିର୍ମାଣ କରାଯାଇଛି । ଏହି ବିଶାଳ ହସ୍ପିଟାଲରେ ଏପର୍ଯ୍ୟନ୍ତ ୪୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାର ୨୬୦୦ ବେଡ ଯୁକ୍ତ ହସ୍ପିଟାଲକୁ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ଅଗଷ୍ଟ ୨୪ରେ ଉଦଘାଟନ କରିବେ । ମୋଟ ପାଖାପାଖି ୧ କୋଟି ବର୍ଗ ଫୁଟର ଏହି ଅଞ୍ଚଳ କେବଳ ସୁପର ସ୍ପେଶାଲିଟି ହସ୍ପିଟାଲ, ତାହା ନୁହେଁ ବରଂ ୪ତାରକା ହୋଟେଲ, ମେଡିକାଲ କଲେଜ, ନର୍ସିିଂ କଲେଜ, ସମ୍ବଦ୍ଧ ସ୍ୱାସ୍ଥ୍ୟ ବିଜ୍ଞାନ ପାଇଁ କଲେଜ, ରୋଗୀଙ୍କ ପାଇଁ ହେଲିପ୍ୟାଡ ଓ ଅନ୍ୟ ସୁବିଧା ରହିଛି । ରୋଗୀଙ୍କ ପରିବାର ପାଇଁ ୪୯୮ଟି ଗେଷ୍ଟ ହାଉସ ମଧ୍ୟ ଏଠାରେ ନିର୍ମାଣ ଚାଲିଛି ।
କେରଳର କୋଚିସ୍ଥିତ ଅମୃତା ହସ୍ପିଟାଲ ଦକ୍ଷିଣ ଏସିଆର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ । ପ୍ରଥମ ପର୍ଯ୍ୟାୟରେ ୫୫୦ ବେଡକୁ ଶୁଭାରମ୍ଭ କରାଯାଉଛି । ଆଗାମୀ ଦେଢ଼ ବର୍ଷରେ ପୁଣି ୭୫୦ ବେଡ ଅପଗ୍ରେଡ କରାଯିବ । ୨୦୨୭-୨୯ରେ ଏହି ହସ୍ପିଟାଲରେ ୨୬୦୦ ବେଡ ଲକ୍ଷ୍ୟ ହାସଲ କରାଯିବ ।