କଂଗ୍ରେସ ନେତ୍ରୀ ସୁଚରିତା ମହାନ୍ତିଙ୍କ ଟିକେଟ ଫେରାଇବା ନେଇ ବଡ ବୟାନ ଦେଲେ ପୁରୀ କଂଗ୍ରେସ ବିଧାନସଭା ପ୍ରାର୍ଥୀ ସୁଜିତ୍ ମହାପାତ୍ର । ଲଢ଼ିବାକୁ ଅର୍ଥବଳ ଓ ବାହୁବଳର ଆବଶ୍ୟକତା ନାହିଁ ବରଂ ଲଢ଼ିବାକୁ ଲଢ଼ିବା ପାଇଁ ଦମ୍ଭ ଦରକାର୍ ବୋଲି କହିଲେ କଂଗ୍ରେସ ପ୍ରାର୍ଥୀ ସୁଜିତ୍ ମହାପାତ୍ର । ସେ ନିଜେ ଦୁର୍ବଳ ବୋଲି ଟିକେଟ ଫେରାଇ ପ୍ରମାଣିତ କରିଦେଲେ ଯେ ସେ ନିଜେ ହେଉଛନ୍ତି ଦୁର୍ବଳ କେବଳ ଏତିକି ନୁହେଁ ଲଢ଼ିବା ପୂର୍ବରୁ ଯୁଦ୍ଧଭୂମି ଛାଡ଼ିବା କାପୁରୁଷର ଲକ୍ଷଣ ବୋଲି ସୁଜିତ କହିଛନ୍ତି ।
ସୂଚନାଯୋଗ୍ୟ କଂଗ୍ରେସ ପକ୍ଷରୁ ପୁରୀ ଲୋକସଭା ଆସନ ପାଇଁ ସୁଚରିତା ଙ୍କୁ ଟିକେଟ ଦିଆଯାଇଥିଲା ହେଲେ ଦଳ ପକ୍ଷରୁ କ୍ୟାମ୍ପେନିଂ ପାଇଁ ଫଣ୍ଡି ନଥିବା କହି ଟିକେଟ ଫେରାଇଦେଇଥିଲେ ସୁଚରିତା । ଆଉ ଏହି ପ୍ରସଙ୍ଗଙ୍କୁ ନେଇ ମୁହଁ ଖୋଲିଛନ୍ତି ସୁଜିତ୍ ମହାପାତ୍ର ।
ଅନ୍ୟପଟେ ଆଜି ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଞ୍ଚସୁତ୍ରି ମୁଦ୍ଦାକୁ ନେଇ ସେ ଏଥର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ଏହି ପଞ୍ଚସୁତ୍ର ମଧ୍ୟରେ ରହିଛି ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ,ପରିକ୍ରମା ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ପ୍ରସଙ୍ଗ । ଏଥିସହ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟ ଦାବି,ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ହୋଟେଲ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ କରିବା ଆଦି ବିଭିନ୍ନ ଦାବି ନେଇ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ।
ଅଧିକ ପଢନ୍ତୁ :- ମୋଦୀଙ୍କ ଗସ୍ତକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ