ବରଗଡ଼ ଜିଲ୍ଲା ଅତାବିରା ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ପାଇଁ ଭୋଟିଂ ଚାଲିଛି। ସକାଳ ୮ଟାରୁ ଆରମ୍ଭ ହୋଇ ଯାଇଛି ମତଦାନ । ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ । ଅତାବିରାର ୧୨ଟି ୱାର୍ଡରେ ୧୬ଟି ବୁଥ୍ ପ୍ରତିଷ୍ଠା କରାଯାଇଛି। ଅତାବିରା ବାଳିକା ହାଇସ୍କୁଲର ୨ ନମ୍ବର ବୁଥକୁ ପିଙ୍କ ବୁଥ୍ କରାଯାଇଛି । ଥିରେ ସମସ୍ତ ନିର୍ବାଚନ ଅଧିକାରୀ ଓ ଦଳୀୟ ଏଜେଣ୍ଟ ମଧ୍ୟ ମହିଳା ରହିବେ ଏହି ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ରେ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।