ଲୁଣା ନଦୀରେ ବୁଡି ଗଲେ ଦୁଇ ଜଣ ଛାତ୍ରୀ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବନ୍ଧପଡା ଗ୍ରାମରେ ଏଭଳି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ସକାଳେ ଲୁଣା ନଦୀରେ ଦୁଇ ଜଣ ସାଙ୍ଗ ଗାଧୋଇବାକୁ ଆସିଥିଲେ । ଏବଂ ଗାଧୋଇବା ସମୟରେ ଦୁଇ ଜଣ ସାଙ୍ଗ ନଦୀରେ ବୁଡି ଯାଇଥିଲେ । ତେବେ ନଦୀରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଥିବା ଜଣାପଡିଛି । ତେବେ ନିଖୋଜ ଥିବା ଛାତ୍ରୀ ଜଣଙ୍କ ନବମ ଶ୍ରେଣୀର ଛାତ୍ରୀ ଓ ବନ୍ଧପଡା ଗ୍ରାମର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏବଂ ଅଗ୍ନିଶମ ବାହୀନି ଓ ଗ୍ରାମବାସୀ ମିଳିତ ଭାବେ ନଦୀରେ ଖୋଜାଖୋଜି ଚଳାଇଛନ୍ତି ।