Home >
ଦ୍ୱିତୀୟ ଦିନରେ ଆଇନଜୀବୀଙ୍କ ଆନ୍ଦୋଳନ, କୋର୍ଟ କାର୍ଯ୍ୟ ଠପ୍
Khabar Odisha:strike-odisha-court-advocate-bar-association-court-work-stopped
କଟକ, ଫେବୃଆରୀ ୧୨(ଖବର ଓଡିଶା):

ରାଜ୍ୟରେ ଆଇନଜୀବୀଙ୍କ ଦୁଇ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ । ଅଲ୍‌ ଇଣ୍ଡିଆ ବାର୍‌ କାଉନସିଲର ଡାକରାରେ ରାଜ୍ୟବ୍ୟାପୀ ଆଇନଜୀବୀମାନେ ନିଜର ଆଞ୍ଚଳିକ କାର୍ୟ୍ୟାଳୟରେ କାର୍ୟ୍ୟବନ୍ଦ କରି ଆନ୍ଦୋଳନ କରୁଛନ୍ତି । ଗତକାଲିର ଆନ୍ଦୋଳନ ପରେ ଆଇନଜୀବୀମାନେ ସ୍ଥାନୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ । 

ବୀମା, ପେନସନ୍‌, ଷ୍ଟାଇପେଣ୍ଡ୍‌ ଓ ଲିଗାଲ୍‌  ସର୍ଭିସେସ୍‌ ଅଥରିଟି ଆକ୍ଟ ଲାଗୁ କରିବାକୁ ଆଇନଜୀବୀ ଦାବି କରିଛନ୍ତି । କେନ୍ଦ୍ରୀୟ ବଜେଟରେ ୫୦୦୦ କୋଟି ଟଙ୍କା ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ସହାୟତା ପ୍ରଦାନ ମୁଖ୍ୟ ଦାବି ରହିଛି । ଏହା ଦ୍ୱାରା ଆଇନଜୀବୀମାନେ ଅବସର ନେବା ପରେ ଆପତ୍ତ ପରିସ୍ଥିତିରେ ସେମାନଙ୍କୁ ସାହାଯ୍ୟ କରାଯାଇପାରିବ । ସେହିପରି ୫ ବର୍ଷ ଯାଏ ନୂଆ ଆଇନଜୀବୀକୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି । ଏହା ସହିତ ଲିଗାଲ ସର୍ଭିସେସ୍‌ ଅଥରିଟି ଆକ୍ଟ ଲାଗୁ କଲେ ଅବସରପ୍ରାପ୍ତ ଆଇନଜୀବୀମାନେ ମଧ୍ୟ ନିଯୁକ୍ତି ପାଇପାରିବେ ଏବଂ କୌଣସି ପୋଷ୍ଟ ଫାଙ୍କା ରହିବ ନାହିଁ କିମ୍ବା କୋର୍ଟ ବାଧାପ୍ରାପ୍ତ ହେବ ନାହିଁ । ସେହିପରି ଇ-ଲାଇବ୍ରେରୀ ଓ କାର୍ୟ୍ୟା ଳୟରେ ମହିଳା ଆଇନଜୀବୀଙ୍କ ଶିଶୁଙ୍କ ପାଇଁ ସୁବିଧା, ଶୌଚାଳୟ ଓ ଗମନାଗମନର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । 

ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜି ଶେଷ ହେବ । ସବୁ ଜିଲ୍ଲାରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ବର୍ଜନ କରିଛନ୍ତି । ପ୍ରତିବାଦ ସଭା କରିବା ସହିତ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ଓକିଲଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବ୍ୟାପୀ କୋର୍ଟ କାର୍ଯ୍ୟ ଠପ୍‌ ହୋଇଯାଇଛି ।

  • Tags:

Subscribe

National International State Sports Entertainment